ଗାଧୋଉଥିବା ବେଳେ ପୋଖରୀରେ ବୁଡିଗଲା ୧୦ ବର୍ଷର ବାଳକ

1
108
ଗାଧୋଉଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୩୦/୦୫) : ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ୧୦ ବର୍ଷର ବାଳକର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଦିଗଧର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିହାଣଗଣ୍ଡି ଗ୍ରାମରେ ।

ଗ୍ରାମର ରବିନ୍ଦ୍ର ଜେନାଙ୍କ ପୁଅ ଗିରିଧାରୀ ଜେନା ଓରଫ୍ ବିକି ଜେନା ଆଜି ସକାଳ ପ୍ରାୟ ୮ ଟା ସମୟରେ ନିଜର କିଛି ସାଙ୍ଗ ମାନଙ୍କ ସହିତ ଘର ପାଖରେ ଥିବା ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ । ବିକି ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ପୋଖରୀର ଗଭୀର ଭିତରେ ବୁଡ଼ି ଯାଇଥିଲେ । ବୁଡି ଯାଉଥିବା ସମୟରେ ଚିତ୍କାର ଶୁଣି ପୋଖରୀ ପାଖରେ ଗାଈ ଚରାଉଥିବା ଜଣେ ବ୍ୟକ୍ତି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗଭୀର ଖାତ ଥିବା ପୋଖରୀରୁ ବିକି କୁ ଉଦ୍ଧାର କରି ପାରିନଥିଲେ ।

ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ବିକିକୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଶବକୁ ଜବତ କରିବା ସହ ୭/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ତେବେ ରବିନ୍ଦ୍ରଙ୍କ ଏକମାତ୍ର ପୁଅ ବିକିର ମୃତ୍ୟୁରେ ନିହାଣଗଣ୍ଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତେବେ ଦିନ ମଜୁରିଆ ଭାବେ କାମ କରୁଥିବା ରବିନ୍ଦ୍ର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

1 COMMENT

Comments are closed.