ସ୍ତ୍ରୀକୁ ଆକ୍ରମଣ କରି ଲହୁ ଲୁହାଣ କଲା ସ୍ୱାମୀ

0
92
ସ୍ତ୍ରୀକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୩୦/୦୫) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଆମ୍ବେଦକର ନଗରରେ ନିଜ ସ୍ତ୍ରୀକୁ ଛୁରୀରେ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଛି ଜଣେ ସ୍ଵାମୀ ।

ସ୍ତ୍ରୀକୁ ଆକ୍ରମଣ କରି ଲହୁ ଲୁହାଣ କଲା ସ୍ୱାମୀ । ସ୍ଥାନୀୟ ଲୋକେ ଉକ୍ତ ମହିଳାକୁ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ବଙ୍ଗୋମୁଣ୍ଡା ଆମ୍ବେଦକର ନଗରରେ ରହୁଥିବା ଡ଼ୁଲାଧର ତାଣ୍ଡି ଘରକୁ ଆସି ନିଜ ସ୍ତ୍ରୀ ପଦ୍ମିନୀ ତାଣ୍ଡିକୁ ଅକାରଣରେ ନିର୍ଦ୍ଧୁମ ମାଡ଼ ମାରିବା ସହ ଛୁରୀରେ ଆକ୍ରମଣ କରିଥିବା ସୂଚନା ରହିଛି । ପଦ୍ମିନୀଙ୍କ ଆଖି ପତା ଓ କପାଳରେ ଗଭୀର ଆଘାତ ଲାଗିଛି । ଚେହେରାର ବିଭିନ୍ନ ସ୍ଥାନରେ ଛୁରୀ ଆକ୍ରମଣ ହୋଇଥିବା ଆଘାତର ଚିହ୍ନ ବର୍ଣ୍ଣ ରହିଛି । ପଦ୍ମିନୀଙ୍କୁ ଅନେକ ସମୟରେ ଯୌତୁକ ଜନିତ ନିର୍ଯାତନା ଦେଇ ଆସୁଥିଲେ । ବିଭିନ୍ନ ସମୟରେ ମାଡ଼ ମାରୁଥିଲେ ତଥାପି ଛୋଟ ଝିଅଟେ ଥିବାରୁ ସବୁ ସହିବାକୁ ପଡୁଥିଲା । ବର୍ତ୍ତମାନ ଅସହ୍ୟ ହେବାରୁ ଥାନାର ଆଶ୍ରୟ ନେବାକୁ ବାଧ୍ୟ ହେଲି ବୋଲି କହିଥିଲେ । ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ପୁଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଡୋଲାଧର ତାଣ୍ଡି ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀର ମୃତ୍ୟୁ ପରେ ପଦ୍ମିନୀକୁ ସେମିତି ରଖିଥିଲେ । ବିନା ବିବାହରେ ଓ ତାଙ୍କର ଗୋଟିଏ ବର୍ଷର ଝିଅ ଟିଏ ମଧ୍ୟ ରହିଛି । ବର୍ତ୍ତମାନ ଦ୍ଵିତୀୟ ପତ୍ନୀକୁ ଛୁରା ମାଡ ମାରିବା ଘଟଣା ପରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଛି । ତେଣୁ କରି ପ୍ରଥମ ପତ୍ନୀର ମୃତ୍ୟୁ କିପରି ଘଟିଥିଲା ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।