ସ୍ତ୍ରୀର ଗଳା କାଟି ନିଜେ ଆତ୍ମହତ୍ୟା କଲା ସ୍ୱାମୀ

1
118
କଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୩୦/୦୫) : ଭଦ୍ରକ ଧାମନଗର ଥାନା ମୋଲନା ସାହିରେ ଚାଞ୍ଚଲ୍ୟ । ସ୍ତ୍ରୀର ଗଳା କାଟି ହତ୍ୟା ପରେ ଘରଠୁ କିଛି ଦୂରରେ ସ୍ୱାମୀର ଆତ୍ମହତ୍ୟା ।

ଘର ଭିତରେ ସ୍ତ୍ରୀର ମୃତଦେହ ପଡି ରହିଥିବାବେଳେ ଗାଁ ବିଲ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ । ଭାସ୍କର ସାମଲ ନିଜ ସ୍ତ୍ରୀକୁ ଏକ ଧାରୁଆ କଟୁରୀରେ ହାଣି ହତ୍ୟା କରିଥିଲା । ପରେ ନିଜ ଘରଠୁ କିଛି ଦୂରରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ।କାହିଁକି ଏପରି କଲେ ଭାସ୍କର ତାହା ଜଣାପଡିନାହିଁ । ତେବେ ପୋଲିସ ପରିବାର ଲୋକେ ଏବଂ ସାହିପଡୋଶୀଙ୍କୁ ପଚରାଉଚରା ଜାରି ରଖିଛି ।

1 COMMENT

Comments are closed.