୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜୀଉ

0
89
୧୦୮ ଗରା

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୪/୦୬) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳି କ୍ଷେତ୍ର କୋଟସମଲାଇ ଠାରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜୀଉ ।

ସକାଳ ୫ଟାରେ ମଙ୍ଗଳ ଆଳତି, ୯ ଟାରେ ଧାଡ଼ି ପହଣ୍ଡି, ୧୧ ଟାରେ ଶ୍ରୀଜୀଉଙ୍କ ମହାସ୍ନାନ, ୧ ଟାରେ ଗଜାନନ ବେଶ, ୪ଟାରେ ଅଣସର ବିଜେ ନୀତି ସମ୍ପାଦନ ହୋଇଥିଲା । ରତ୍ନସିଂହାସନ ରୁ ଚତୂର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡି ରେ ସ୍ନାନମଣ୍ଡପ କୁ ଅଣାଯାଇଥିଲା । ତାପରେ ମଙ୍ଗଳାର୍ପଣ, ଆଳତି, ପୂଜାନୀତି, ହୋମ ଆଦି ସମସ୍ତ ନୀତି ସମ୍ପାଦନ କରାଯାଇଥିଲା । ନୂତନ କୂଅ ର ଜଳରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ଶ୍ରୀ ବଳଭଦ୍ରଙ୍କୁ ୩୩ ଗରା, ମାଁ ସୁଭଦ୍ରାଙ୍କୁ ୨୨ ଗରା, ଶ୍ରୀ ଜଗନ୍ନାଥଙ୍କୁ ୩୫ ଗରା ଓ ସୁଦର୍ଶନଙ୍କୁ ୧୦୮ଗରା ପବିତ୍ର ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ପଣ୍ଡିତ ଦେବାର୍ଚ୍ଚନ ଦାଶ, ବିଶେଶ୍ୱର ପାଢୀ, ଗୁଣାକର ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।