ବାରବାଟୀ ଷ୍ଟେଡିୟମରେ ସ୍ପିନର କ୍ରିକେଟ ପ୍ରତିଯୋଗିତାରେ ସିଦ୍ଧାର୍ଥ ପଟ୍ଟନାୟକ ଙ୍କୁ ସ୍ଥାନ

0
106
ବାରବାଟୀ

ରିପୋର୍ଟ : ନରୋତ୍ତମ ପାଢୀ
ବିଷମ କଟକ, (୦୫/୦୬) : ରାୟଗଡା ଜିଲ୍ଲା ବିଷମ କଟକ ମାଟିର ସନ୍ତାନ ଚଳିତ ମାସ ୫ ତାରିଖ ରେ କଟକ ବାରବାଟୀ ଷ୍ଟେଡିୟମ ରେ ଅନୁଷ୍ଠିତ ସ୍ପିନର କ୍ରିକେଟ ପ୍ରତିଯୋଗିତା ରେ ସ୍ଥାନ ପାଇଁଛନ୍ତି ।

ବିଷମ କଟକ ସହରର ଶଶୀଭୂଷଣ ପଟ୍ଟନାୟକ ଙ୍କ ପୁଅ ସିଦ୍ଧାର୍ଥ ପଟ୍ଟନାୟକ କ୍ରିକେଟ ଇତିହାସରେ ବାରବାଟୀ ଷ୍ଟେଡିୟମ ରେ ଖେଳିବାର ପ୍ରଥମ ସୁଯୋଗ ପାଇଛନ୍ତି ଯାହାକି ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଜିଲ୍ଲାର ପ୍ରଥମ ଖେଳାଳି ଯାହାକୁ ଓସିଏ ତରଫ ରୁ ସ୍ପିନର ପ୍ରତିଯୋଗିତାରେ ଚୟନ କରାଯାଉଛି । ସିଦ୍ଧାର୍ଥ ପଟ୍ଟନାୟକ ଗୁଣୁପୁର ସ୍ଥିତ ଗାନ୍ଧୀ ପବ୍ଲିକ ସ୍କୁଲ ର ଯୁକ୍ତ ଦୁଇର ଛାତ୍ର । ସେ ଏପ୍ରିଲ ୨୮ ତାରିଖ ରେ ଖୁର୍ଦ୍ଦାର ଆୟୋଜିତ ସ୍ପିନର କ୍ରିକେଟ ପ୍ରତିଯୋଗିତାରେ ଖେଳିଥିଲେ । ସେଠାରେ ସିଦ୍ଧାର୍ଥ ପଟ୍ଟନାୟକ ଖେଳରେ ଭଲ ପଦର୍ଶନ କରିଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ତଥା ଓଡ଼ିଶାର କୋଚ ଦିନେସ ମଙ୍ଗିଆ ଫାଇନାଲ ମେଚରେ ତାଙ୍କୁ ସିଲେକ୍ସସନ କରିଥିଲେ ।

ଯାହାକି ଆଜି ବାରବାଟୀ ଷ୍ଟେଡିୟମ ର ଚିପି executive ଅଫିସର ସୁବ୍ରତ କୁମାର ବେହେରା ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି କେ ବାରବାଟୀ ରେ ସ୍ପିନର ପ୍ରତିଯୋଗିତା ର ଫାଇନାଲ ମ୍ୟାଚ ଚଳିତ ୫ ତାରିଖ ରେ ଅନୁଷ୍ଟିତ ହେବ ତେଣୁ ୪ ତାରିଖ ସନ୍ଧ୍ୟା ସୁଦ୍ଧା କଟକ ରେ ପହଞ୍ଚି ଓସିଏ କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସିଦ୍ଧାର୍ଥ ବାରବାଟୀ ଷ୍ଟେଡିଆମ୍ ରେ କ୍ରିକେଟ ଖେଳିବା ସୁଯୋଗ ପାଇଥିବାରୁ ସବୁ ବର୍ଗ ରେ ତାଙ୍କୁ ଶୁଭେଚ୍ଛା ଜଣେଇଛନ୍ତି ।