ସୌଦାମିନୀ ମୃତ୍ୟୁ ର କ୍ରାଇମ ବ୍ରାଞ୍ଚ ତଦନ୍ତ

0
108
ସୌଦାମିନୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୬) : କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମର ଡେଭିଡ ରାଇତଙ୍କ ଝିଅ ସୌଦାମିନୀ ରାଇତ ଯେ କି ପାରଳାଖେମୁଣ୍ଡି ସ୍ଥିତ ଜବହାରାଲାଲ ନବୋଦୟ ବିଦ୍ୟାଳୟ ଠାରେ ହଷ୍ଟେଲ ରେ ରହି ନବମ ଶ୍ରେଣୀ ରେ ଅଧ୍ୟୟନ ଛାତ୍ରୀ ଗତ ଫେବୃଆରୀ ମାସ ୧୯ ତାରିଖ ଦିନ ରାତିରେ ନିଜ ରୁମ ମଧ୍ୟରେ ଚାଦର ଲଗେଇ ଆତ୍ମହତ୍ୟା କରିଥିଲେ ।

ସୌଦାମିନୀ ର ପରିବାର ଲୋକ ଏହା ଏକ ଆତ୍ମହତ୍ୟା ବୋଲି ସହଜରେ ଗ୍ରହଣ ନ କରି ଏହା ଏକ ସୁକଳ୍ପିତ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ । ଝିଅର ପାରିବାର ତଥା ସି ପି ଏମ (ଆଇ) ଦଳର ସଦସ୍ୟ ମାନେ ପ୍ରାୟ ୪୬ ଦିନ ହେଲେ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବସିଥିଲେ । ଗତ କାଲି ଧାରଣାରେ ବସିଥିବା ସମସ୍ତ ସଦସ୍ୟ ସୌଦାମିନୀ ମୃତ୍ୟୁ ଏକ ହତ୍ୟା ନାରା ଦେଇ ଏହାକୁ କ୍ରାଇମ ବ୍ରାଞ୍ଚ କୁ ଦେବା ପାଇଁ ନାରା ଓ ସ୍ଲୋଗାନ ଦେଇ ପାରଳାଖେମୁଣ୍ଡି ସହର ବୁଲି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ତୁରନ୍ତ ଗଜପତି ଏସ ପି ଏସ ସ୍ଵାତି କୁମାର ସେଠାକୁ ପହଞ୍ଚି ଏହି କେସ ନିଶ୍ଚିତ ଭାବେ କ୍ରାଇମ ବ୍ରାଞ୍ଚକୁ ଦିଆହେବ ଓ ବସିଥିବା ଧାରଣାରୁ ଓହରି ଯିବାକୁ ନିବେଦନ କରିଥିଲେ । ଆଜି ଭୁବନେଶ୍ୱରରୁ ତଦନ୍ତକାରି ଅଫିସର ନିରଞ୍ଜନ ବେହେରା ନିଜ ଟିମ ଧରି କାଶୀନଗର ସ୍ଥିତ ମୃତ୍ୟୁ ବରଣ କରିଥିବା ସୌଦାମିନୀଙ୍କ ବାସଭବନରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।