ଭାରସାମ୍ୟ ହରାଇ ଖସିପଡିଲା ବୋଲେରୋ, ୬ ଗୁରୁତର

0
85
ଖସିପଡିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୨/୦୬) : ବିଳମ୍ବିତ ରାତିରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୬ ଗୁରୁତର ଆହାତ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁଯାଇ ୫୭ ନମ୍ବର ରାଜ୍ୟ ରାଜପଥ ବାଣିଦା ଛକ ନିକଟରେ ବାଇକ୍ ଓ ବୋଲେର ଦୁର୍ଘଟଣା ହୋଇଛି । ପରେ ବୋଲେର ଟି ଭାରସାମ୍ୟ ହରାଇ ନୟନ ଯୋରୀକୁ ଖସି ପଡିଥିଲା । ଯାହା ଫଳରେ ବୋଲେରୋ ଭିତରେ ଥିବା ୬ ଜଣ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ବୋଲେରୋ ରୁ ବାହାର କରି ଜଳେଶ୍ଵର ଜିକେ ଭଟ୍ଟର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରିଯାଇଛି । ପଶ୍ଚିମପୁରକୁ ବର ବାହା କରାଇବା ପାଇଁ ଯାଉଥିବା ବେଳେ ଘଟିଲା ଏଭଳି ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।