ବ୍ୟାଙ୍କରେ ନିଆଁ ଲାଗି ଜଳିଗଲା କାଗଜପତ୍ର

0
74
ବ୍ୟାଙ୍କରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୪/୦୬) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପାତ୍ର ଜଳିପୋଡି ପାଉଁଶ ହୋଇଯାଇଛି ।

ସୂଚନା ଅନୁସାରେ ଗତ ଛଅ ମାସ ତଳେ ବଜାର ମଧ୍ୟରେ ଥିବା ଏହି ଶାଖାକୁ ସ୍ଥାନାନ୍ତର କରାଯାଇ ନୂତନ ଭାବରେ ସ୍ଥାପନ କରାଯାଇଥିଲା । ଶାଖାଟି ଏକ ଭଡା ଘରେ ଚାଲିଥିବା ବେଳେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟିଥିଲା ଓ ବ୍ୟାଙ୍କର ରେକର୍ଡ ରୁମରେ ଥିବା ଏସିକୁ ବନ୍ଦ କରିବା ପାଇଁ କର୍ମଚାରୀ ଭୁଲି ଯାଇ ବ୍ୟାଙ୍କ ବନ୍ଦ କରି ଚାଲିଯାଇଥିଲେ । ସୋମବାର ସକାଳୁ ସ୍ଥାନୀୟ ଲୋକେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରୁ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ତେବେ ବ୍ୟାଙ୍କରେ ଥିବା ରେକର୍ଡ ରୁମରେ ଲାଗିଥିବା ଏସିରୁ ସର୍ଟ ସର୍କିଟ ହୋଇ ରେକର୍ଡ ରୁମରେ ଥିବା କାଗଜପତ୍ର ରେ ନିଆଁ ଲାଗି ଯାଇଥିଲା । ଅନ୍ୟପଟେ ନିଆଁ ଲାଗିବା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଘଟଣା ସ୍ଥଳରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ମେହେରଙ୍କ ସହ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ସ୍ଥାନୀୟ ପୋଲିସ କର୍ମଚାରୀ, ଗୋଛାପଡାରେ ଥିବା ସ୍ବେଚ୍ଛାସେବୀ ସଂଗଠନ ଆପଦ ମିତ୍ରର କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ନିଆଁ ଲିଭାଇବା ପାଇଁ ସହଯୋଗ କରିଥିଲେ ।