୨ ବର୍ଷ ହେବ କାମ ଆରମ୍ଭ ହୋଇଥିବା ବେଳେ ସରୁନି କାମ

0
90
୨ ବର୍ଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୪/୦୬) : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣରେ ବିଳମ୍ବ । ୨ ବର୍ଷ ହେବ କାମ ଆରମ୍ଭ ହୋଇଥିବା ବେଳେ ସରୁନି କାମ ।

କେନ୍ଦ୍ରାପଡା ଗରଦପୁର ବ୍ଲକ ମଧୁଶାସନ ଠାରୁ ଭଗବାନପୁର ବ୍ଲକ୍ ସିମା ପର୍ଯ୍ୟନ୍ତ ଦିର୍ଘ ୮ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ୨୦୨୧ ମସିହାରେ ଏହାର ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟୟ ବରାଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୧ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଦିର୍ଘ ୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାମ ଶେଷ ହେବାର ନାଁ ଧରୁନାହିଁ । ଯାହାକୁ ନେଇ ପ୍ରତିବାଦ କରିଛିନ୍ତି ଚାଟରା ଗ୍ରାମବାସୀ । ରାସ୍ତା କାମ ଅଧାପନ୍ତରିଆ ଭାବେ ପକାଇ ଠିକାଦର ପଳେଇଥିବାର ଅଭିଯୋଗ ହୋଇଛି । ଫଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଥିବା ଏହି ରାସ୍ତା ଏବେ ଖାଲ ଖମାରେ ପରିଣତ ହେବା ସହିତ ପ୍ରତିଦିନ ଛୋଟବଡ ଦୁର୍ଘଟଣା ହେଉଛି । ଏହାକୁ ନେଇ ଗ୍ରାମବାସୀ ପ୍ରତିବାଦ କରିବା ସହିତ ଯଥାଶିଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାପାଇଁ ଦାବି କରିଛନ୍ତି । ଏ ପଟେ ଏ ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ମାନଙ୍କ ମତାମତ ନେବାରୁ ସେକହିଥିଲେ ଠିକାଦାର ଜଣଙ୍କ ରାସ୍ତା କାର୍ଯ୍ୟ କରୁନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଯଥା ଶୀଘ୍ର ସମ୍ପୃକ୍ତ ଠିକାଦାରଙ୍କୁ ରାସ୍ତା ନିର୍ମାଣ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇ ନୁତନ ଠିକାଦାର ନିଯୁକ୍ତି କରି ରାସ୍ତା କାର୍ଯ୍ୟ ଶେଷ କରାଯିବ ।