ଅଗ୍ନିବୀର ନିଯୁକ୍ତି ରାଲି ତା’୧୭ ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ

0
73
ଅଗ୍ନିବୀର ନିଯୁକ୍ତି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୬) : ଆସନ୍ତା ତା ୧୭/୦୬/୨୩ ରୁ ତା ୧୯/୦୬/୨୩ ପର୍ଯ୍ୟନ୍ତ ସମ୍ବଲପୁର ସ୍ଥିତ ସେନା ନିଯୁକ୍ତି ଅଧିକାରୀ ଙ୍କ ତତ୍ୱାବଧାନରେ ଅଗ୍ନିବୀର ନିଯୁକ୍ତି ରାଲି (ଅଗ୍ନିପଥ ଯୋଜନା) ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ l

ଅଗ୍ନିବୀର ନିଯୁକ୍ତି ରାଲି ତା’୧୭ ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ l ଅଗ୍ନିବୀର ସେନା ନିମନ୍ତେ ପଞ୍ଜିକୃତ କରି ଯୋଗ୍ୟ ବିବେଚିତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର ପ୍ରାର୍ଥୀ ଙ୍କ ନିମନ୍ତେ ଚଳିତ ଜୁନ ମାସ ତା ୧୭ ରେ ଅଗ୍ନିବୀରଜିଡି , ଜୁନ ୧୮ ରେ ଅଗ୍ନିବୀର ଟେକ୍ନିକାଲ/କ୍ଲର୍କ / ଏସକେଟି (ଦଶମ ପାସ), ଏବଂ ଅଗ୍ନିବୀର ଟ୍ରେଡ଼ସମେନ (ଅଷ୍ଟମ ପାସ) ଙ୍କ ପାଇଁ ନିର୍ଦ୍ଧାରିତ ରହିଥିବା ବେଳେ ଜୁନ ତା ୧୯ ସ୍ପେୟାର ଡେ ଓ ମେଡିକାଲ ଟେଷ୍ଟ ପାଇଁ ଉଦ୍ଧିଷ୍ଟ ରହିଛି l ଏହି ନିଯୁକ୍ତିରାଲି ସମ୍ବଲପୁର ସ୍ଥିତ ଜମାଦାରପାଲି, ଏୟାର ଷ୍ଟ୍ରିପ ଠାରେ ସମ୍ବଲପୁର ସ୍ଥିତ ସେନାନିଯୁକ୍ତି ଅଧିକାରୀଙ୍କ ଅଧିନସ୍ଥ ସମସ୍ତ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀ ଙ୍କ ପାଇଁ ଆୟୋଜିତ ହେବ l ଜିଲ୍ଲାରୁ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଉପରୋକ୍ତ ତାରିଖ ରେ ରାଲି ରେ ଅଂଶଗ୍ରହଣ କରିବାକୁ ସମ୍ବଲପୁର ସେନା ଅଧିକାରୀ ଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି l