ଘୁଚାଙ୍ଗି ଗ୍ରାମ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

0
89
ଘୁଚାଙ୍ଗି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୫/୦୬) : ଆଜି ପହିଲି ରଜ l ପହିଲି ରଜ ରେ ଆସିଲା ଗଜ ମୃତ୍ୟୁ ଖବର l ଘୁଚାଙ୍ଗି ଗ୍ରାମ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ଲାଗି ଦନ୍ତା ହାତୀ ର ମୃତ୍ୟୁ l

ବୌଦ୍ଧ ଜିଲ୍ଲା ରେ ବନ୍ୟ ଜନ୍ତୁ ସୁରକ୍ଷିତ ନୁହନ୍ତି l ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ଜିଲ୍ଲା ରେ ବନ୍ୟ ଜନ୍ତୁ ସୁରକ୍ଷିତ ରହୁ ନ ଥିବା ଜଣାପଡିଛି l ଓଡିଶା ରେ ଗତ ୧୦ ବର୍ଷ ଅର୍ଥାତ ୨୦୧୨ ରୁ ୨୦୨୨ ମଧ୍ୟରେ ୭୮୪ ଟି ହାତୀଙ୍କ ମୃତ୍ୟ ହୋଇଛି l ସେଥି ମଧ୍ୟରୁ ୩୪ ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୬ ଟି ହାତୀ ଙ୍କୁ ବିଷ ଦିଆଯାଇଛି l ବିଦ୍ୟୁତ ଆଘାତ ରେ ୪୩ ଟି ଓ ବିଦ୍ୟୁତ ତାର ଲଗାଯାଇ ୬୧ ଟି ହାତୀ ଙ୍କୁ ହତ୍ୟା କରାଯାଇଛି l ସେହିପରି ଟ୍ରେନ ଦୁର୍ଘଟଣା ରେ ୩୦, ରାସ୍ତା ଦୁର୍ଘଟଣା ରେ ୬ ଟି ହାତୀ ର ଜୀବନ ଯାଇଥିବା ସୂଚନା ମିଳିଛି l ପ୍ରତିବର୍ଷ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ବନ ବିଭାଗ ର ଚିନ୍ତା ବଢିଛି l ୨୦୨୨-୨୩ ବର୍ଷ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ଟି ହାତୀ ଙ୍କ ର ଜୀବନ ଯାଇଥିବା ଜଣାପଡିଛି l ବନବିଭାଗ ଓ ବିଦ୍ୟୁତ ବିଭାଗ ର ଖାମଖିଆଲି ମନୋଭାବ ଯୋଗୁଁ ବୌଦ୍ଧ ଜିଲ୍ଲା ରେ ହାତୀ ମୃତ୍ୟୁ ବୃଦ୍ଧି ପାଇବା ପ୍ରମୁଖ କାରଣ ଅଟେ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ବରଗାଁ ସେକ୍ସନ ଘୁଚାଙ୍ଗି ଜଙ୍ଗଲରେ ୧୧ କେଭି ବିଦ୍ୟୁତ ତାର ଲାଗି ଗୋଟେ ଦନ୍ତା ହାତୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଘୁଚାଙ୍ଗି ଜଙ୍ଗଲରେ ହାତୀ ବୁଲୁଥିବା ବେଳେ କମଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହାତୀର ଶୁଣ୍ଢରେ ଲାଗିଯିବାରୁ ହାତୀଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି l

ବହୁଦିନ ହେବ ହାତୀପଲ ଉକ୍ତ ଜଙ୍ଗଲରେ ରହୁଥିବା ବେଳେ ବିଦ୍ୟୁତ ତାର ଅତି ନିମ୍ନ ଉଚ୍ଚତାରେ ଯାଇଥିଲେହେଁ ବନବିଭାଗର ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟର କଥା l ବନବିଭାଗ କର୍ମଚାରୀ ଜଙ୍ଗଲରେ ବୁଲିବା ସମୟରେ ଉକ୍ତ ବିଦ୍ୟୁତ ତାର କୁ ଦେଖିଥିଲେ କି ନାହିଁ ନାଁ ବନବିଭାଗର ଫରେଷ୍ଟର, ଗାର୍ଡ, ରେଞ୍ଜର କେହି ଜଙ୍ଗଲ ମଧ୍ୟକୁ ଯାଉନଥିଲେ କି ଯାଉଥିଲେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି l ହାତୀ ମୃତ୍ୟୁର କାରଣ ଜଙ୍ଗଲ ବିଭାଗ ର ଦୋଷ ଦୁର୍ବଳତା ହିଁ ଦାୟୀ ବୋଲି ପରିବେଶ ପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି l ଖୋଦ ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ବନକର୍ମଚାରୀ ମାନେ ଖାମଖିଆଲି ଭାବେ ନିଜ ଦାୟିତ୍ୱ ତୁଲାଉନଥିବା ଏଥିରୁ ପ୍ରଷ୍ଟ ପ୍ରମାଣ ହୋଇଛି l ସମାନ ଘଟଣାରେ ଆଗରୁ ଏକ ହାତୀମୃତ୍ୟୁ ଘଟଣାରେ ରେଞ୍ଜର ଓ ଫରେଷ୍ଟର ଙ୍କୁ ନିଲମିତ୍ବ କରାଯାଇଥିଲା l ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l