ବିଶ୍ଵ ପରିବ୍ରାଜକ ପକ୍ଷୀ ଦିବସ ପାଳନ କଲା ସୁବର୍ଣ୍ଣପୁର ପକ୍ଷୀ ପ୍ରେମୀ ସଂଘ

2
118
ବିଶ୍ଵ ପରିବ୍ରାଜକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୫) : ସୁବର୍ଣ୍ଣପୁର ପକ୍ଷୀ ପ୍ରେମୀ ସଂଘ ଆଜି ରାମେଶ୍ଵର ତେଲ ନଦୀ- ମହାନଦୀ ସଂଗମ ଠାରେ ବିଶ୍ଵ ପରିବ୍ରାଜକ ପକ୍ଷୀ ଦିବସ ପାଳନ କରିଛି ।

ମିଳିତ ଜାତିସଂଘ ତରଫରୁ ପ୍ରତିବର୍ଷ ଦୁଇଥର ଅକ୍ଟୋବର ମାସ ଓ ମଇ ମାସର ଦ୍ଵିତୀୟ ଶନିବାର ପାଳନ କରା ଯାଉଥିବା ବିଶ୍ଵ ପରିବ୍ରାଜକ ପକ୍ଷୀ ଦିବସର ଚଳିତ ବର୍ଷର ସ୍ଲୋଗାନ ହେବ ପରିବ୍ରାଜକ ପକ୍ଷୀ ମାନଙ୍କ ପାଇଁ ଜଳର ଗୁରୁତ୍ଵ ରହିଛି । ଏଥିସହିତ ଯଥାର୍ଥ ସଂଯୋଗ ସ୍ଥାପନ କରୁଥିବା ସୁବର୍ଣ୍ଣପୁରରେ ଥିବା ଜଳ ଉତ୍ସକୁ ଆସୁଥିବା ରେକର୍ଡ଼ ସଂଖ୍ୟକ ଦେଶ ବିଦେଶର ପକ୍ଷୀମାନଙ୍କ ଆଗମନକୁ ଆଖି ଆଗରେ ରଖି ଏହି ଦିବସ ପାଳନର ପ୍ରାସଙ୍ଗିକତା ସଂପର୍କରେ ପରିବେଶବିଦ ଅମ୍ବୁଜ ବିହାରୀ ଶତପଥୀ ଓ ଆଇନଜୀବୀ ଅଦ୍ୱେତ ପଣ୍ଡା ଆଲୋଚନା କରିଥିଲେ ।

ଜଳ ଉତ୍ସମାନଙ୍କର ରକ୍ଷଣାବେକ୍ଷଣ ଓ ସ୍ଵଚ୍ଛତା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଆଜିର ଏକ ବଡ ଆହ୍ୱାନ ଅଟେ ବୋଲି ପ୍ରକୃତିପ୍ରେମୀ ବେଣୁଧର ପ୍ରଧାନ ଆଲୋକପାତ କରିଥିଲ । ସୁବର୍ଣ୍ଣପୁର ପକ୍ଷୀ ପ୍ରେମୀ ସଙ୍ଘର ଆବାହକ ଦିନେଶ ରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବ୍ରାଜକ ପକ୍ଷୀମାନଙ୍କ ଦ୍ଵାରା ପ୍ରତକ୍ଷ ଓ ପରୋକ୍ଷ ରୁପେ ବିଶ୍ଵ ବ୍ୟାପୀ ପରିବେଶ ସୁରକ୍ଷାର ବ୍ୟବସ୍ଥାକୁ ଅବଦାନ ସହ ପରିସଂସ୍ଥାର ସନ୍ତୁଳନରେ ଭୂମିକାକୁ ପକ୍ଷୀ ପ୍ରେମୀମାନେ ଆଲୋଚନା କରିଥିଲେ । ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ପକ୍ଷୀପ୍ରେମୀ ଜ୍ୟୋତିରାଦିତ୍ୟ ପିନାକୀ ପଣ୍ଡା, ସୁଶାନ୍ତ ପଣ୍ଡା, ସିଦ୍ଧାର୍ଥ ସାହୁ ଓ ସୁମିତ ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

2 COMMENTS

Comments are closed.