ଖସିଗଲା ଗୋଡ, ପୋଖରୀରେ ବୁଡ଼ି ଯୁବତୀ ମୃତ

0
95
ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୬/୦୬) : ପୋଖରୀରେ ବୁଡ଼ି ଯୁବତୀ ମୃତ । ପାଣିକୋଇଲି ଥାନା ଅନ୍ତର୍ଗତ ନୁରୁଗାଁ ଗ୍ରାମରେ ଘଟିଛି ଅଘଟଣ ।

ଧାମନଗର ଅଞ୍ଚଳର ତାଳପଦା ଗ୍ରାମର ରବିନ୍ଦ୍ର ଯେନାଙ୍କ ଝିଅ ରଶ୍ମିତା ଯେନା ତାଙ୍କ ଭାଉଜଙ୍କ ଘର ପାଣିକୋଇଲି ଥାନା ନୁରୁଗାଁ କୁ ରଜ ବୁଲିବାକୁ ଆସିଥିଲେ । ସାଙ୍ଗସାଥିଙ୍କ ସହ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ହଠାତ ପୋଖରିରେ ବୁଡି ଯାଇଥିଲେ । ଗାଁ ଲୋକ, ଅଗ୍ନିଶମ ବାହିନୀ ଓ ପାଣିକୋଇଲି ପୋଲିସି ର ଖୋଜାଖୋଜି ପରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଧାରକରି ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି ।