ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଅମାନୁଷିକ ଭାବେ ଆକ୍ରମଣ, ଅଭିଯୁକ୍ତ ଫେରାର

0
82
ବିଳମ୍ବିତ ରାତିରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୨/୦୬) : ଟିଟିଲାଗଡ ପୌରପରିଷଦ ଅଧିନସ୍ଥ ୧୪ ନମ୍ୱର ୱାର୍ଡ ହାଟପଦା ପଡ଼ା ନିବାସୀ ରେଜୀୟା ବାନୁ, (ବ-୪୨) ନାମ୍ନୀ ଜଣେ ମହିଳା ଘରେ ଏକୁଟିଆ ଥିବା ସୁଯୋଗ ନେଇ ବିଳମ୍ବିତ ରାତିରେ ଘର ବାଡ ଡେଇଁ ଶୋଇବା ଘରେ ପଶି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ, ଗତ ମଙ୍ଗବାର ରାତି ପ୍ରାୟ ଏକ ଘଣ୍ଟା ସମୟ ରେ ଉକ୍ତ ହାଟପଦା ପଡ଼ା ର ସାନେକ ବେହେରା ଙ୍କ ପୁଅ ଦେବାନନ୍ଦ ବେହେରା ରେଜିୟା ବାନୁ ରହୁଥିବା ଘର ବାଡ ଡେଇଁ ସେ ସୋଇଥିବା କୋଠରୀ କୁ ପଶି ଏକ ଲୁହା ରଡ଼ ରେ ଅତର୍କିତ ଭାବେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡି ଦେଇ ଫେରାର ହୋଇ ଯାଇଥିଲା । ଉକ୍ତ ଘର ନିକଟରେ ଥିବା ଅନ୍ୟ ଲୋକେ ତାଙ୍କୁ ରକ୍ତ ଯୁଡୁ ବୁଡୁ ଅବସ୍ଥା ରେ ଥିବା ଦେଖି ଟିଟଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ୍ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ତାଙ୍କ ଭାଇ ମହମ୍ମଦ ଇକବାଲ ଟିଟଲାଗଡ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ନେଇ ଏକ ମାମଲା ରୁଜ୍ଜୁ କରି ଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପ୍ରକାଶ ପାଇଛି । ତେବେ କେଉଁ କାରଣରୁ ଓ କାହିଁକି ଉକ୍ତ ଅଭିଯୁକ୍ତ ଏପରି ବିଳମ୍ବିତ ରାତିରେ ଆକ୍ରମଣ କରିଛି ସେ ନେଇ ପୋଲିସ ସବିଶେଷ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।