ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
118
ଅତିରିକ୍ତ ଉପଜିଲ୍ଲାପାଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୩/୦୬) : ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୂଚନା ଅନୁଯାୟୀ ଭିଜିଲାନ୍ସ ବିଭାଗର ୯ ଟି ଟିମ୍ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସହ ଭଦ୍ରକରେ ଥିବା ନିଜ ବାସଭବନ, ଭୁବନେଶ୍ୱରସ୍ଥିତ କାନନ ବିହାରର ଏକ ଘରେ ରେଡ଼ ଚାଲିଥିବା ସୂଚନା ରହିଛି । ଅତିରିକ୍ତ ଉପଜିଲ୍ଲାପାଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ତଦନ୍ତ କରି ପ୍ରଶାନ୍ତଙ୍କ ଘରେ ଆଜି ସକାଳେ ଚଢ଼ାଉ କରିଛି । ଅତିରିକ୍ତଉପଜିଲ୍ଲାପାଳ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଥିବା ସମୟରେ ଜିରିପାଣି ପଞ୍ଚାୟତର ୧୧ ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟର ବିଲ୍ କରେଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ । ଏ ମାମଲା ସହ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଉପଜିଲ୍ଲାପାଳଙ୍କ ନାଁରେ ଅନେକ ଅଭିଯୋଗ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି । ଆଜି ସକାଳୁ ୯ ଟି ଜାଗାରେ ରେଡ଼ ଚାଲିଛି । ତଦନ୍ତ ପରେ ହିଁ ସବୁ ସ୍ପଷ୍ଟ କହିପାରିବୁ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ ।