ଦିଗପହଣ୍ଡି ରେ ଦୁର୍ଘଟଣା : ୧୨ ମୃତ

0
71
ଦିଗପହଣ୍ଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୬/୦୬) : ଗଞ୍ଜାମ ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ବଡ଼ ଧରଣର ବସ ଦୁର୍ଘଟଣା । ଦୁଇ ଘରୋଇ ଓ ସରକାରୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ।

ଘରୋଇ ମିନି ବସ୍ ସହ ସରକାରୀ OSRTC ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁ ଲୋକେ କନିଆ ପକ୍ଷଲୋକ କନିଆକୁ ବର ଘରେ ଛାଡ଼ି ଭୋଜି ଖାଇ ବ୍ରହ୍ମପୁରରୁ ଫେରୁଥିଲେ । ମିନିବସ୍ ଯୋଗେ ଫେରିଲା ବେଳେ ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ରାୟଗଡାରୁ ଆସୁଥିବା OSRTC ବସ୍ ମିନି ବସକୁ ଧକ୍କା ଦେଇଥିଲା । ଫଳରେ ମିନିବସ୍ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା । ପ୍ରଥମେ ସ୍ଥାନୀୟ ଲୋକ ପରେ ଅଗ୍ନିଶମ ବିଭାଗ ଏବଂ ପୋଲିସ ଦ୍ଵାରା ଉଦ୍ଧାର କରାଯାଇଥିଲା । ଗୁରୁତରଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ SCB ମେଡିକାଲରୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ଭିତରେ ଏକବର୍ଷର ଝିଅ, ୪ ବର୍ଷର ପୁଅ ଅଛନ୍ତି ।