ଆଜି ଛେଣ୍ଡିପଦା ରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ

0
85
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୬/୦୬) : ମୋଦିଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଗସ୍ତର ଆଜି ତୃତୀୟ ଦିନ । ଆଜି ଛେଣ୍ଡିପଦା ରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ।

ଏହାସହ ହିନ୍ଦୋଳରେ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ପରେ ଢେଙ୍କାନାଳ ଗସ୍ତ କରି ପୁରାତନ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ ଧର୍ମେନ୍ଦ୍ର । ଆସନ୍ତା କାଲି କପିଳାସ ମନ୍ଦିର ଯାଇ ଭଗବାନ ଶିବଙ୍କୁ ଦର୍ଶନ ସହ ଏଏଆଇଙ୍କ ସହ ସମୀକ୍ଷା ବୈଠକ କରିବେ । ପରେ ଢେଙ୍କାନାଳରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ । ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତଙ୍କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।