ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

0
84
ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୭/୦୬) : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ୨୬ ନଂ ଜାତୀୟ ରାଜପଥ ପୁଙ୍ଗାରଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା

ଏକ କାର ସହ ଏସଡି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଗୋଟିଏ ପରିବାରର ବାପା, ମାଆ ଓ ଝିଅର ମୃତ୍ୟୁ ହୋଇଛି । ଜୟପୁରରୁ ବିଶାଖାପଟଣା ଯାଉଥିଲା କାର । ବିଶାଖାପାଟଣାରୁ ଡାମନଯୋଡି ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ୩ ଜଣଙ୍କ ଜୀବନ ଚାଲିଗଲା । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।