ଅଫିସରୁ ଫେରିବାବେଳେ ଭିଜିଲାନ୍ସ ହାବୁଡରେ ରେଞ୍ଜର

0
90
ହାବୁଡରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୭/୦୬) : ଭିଜିଲାନ୍ସ ଜାଲରେ ଗଞ୍ଜାମ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ । ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ବାଟର, ବ୍ରହ୍ମପୁର ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରୁଥିବା ସୂଚନା ମିଳିଛି ।

ବ୍ରହ୍ମପୁର ତୁଳସୀନଗର ୭ ଲାଇନରେ ଚଢ଼ାଉ ପକ୍ରିୟା ଜାରି ରହିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଦିଗପହଣ୍ଡି କାର୍ଯ୍ୟାଳୟରୁ ଘରକୁ ଫେରୁଥିବାବେଳେ ଗଣିଆନାଳ ଛକରେ ବ୍ରହ୍ମପୁର ଭିଜିଲାନ୍ସ ଟିମ କରିଛି ଚଢ଼ାଉ । ଗାଡ଼ିରେ ନଗଦ କିଛି ଟଙ୍କା ମଧ୍ୟ ମିଳିଥିବା ଜଣାପଡିଛି । ତେବେ ରାତି ତମାମ ଭିଜିଲାନ୍ସର ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ଦୁଇଟାରେ ୬ ଜଣିଆ ଟିମ୍ ଆସି ଫେରିଛନ୍ତି ।