ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

0
119
ଟଙ୍କା ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ବର, (୨୯/୦୬) : ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ପୋଲିସ ସୂଚନା ଅନୁସାରେ ଗତ ୨୨ ଜୁନରେ ଅମିତ କାନୁନଗୋ ବୋଲି ଜଣେ ବ୍ୟକ୍ତି ମୃତ ଅବସ୍ଥା ରେ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ଖବର ମିଳିଥିଲା ।

ଶରୀର ରେ ଅନେକ କ୍ଷତ ଥିବାରୁ ପୋଲିସର ସନ୍ଦେହ ବଢିଥିଲା । ପ୍ରାଥମିକ ତଦନ୍ତ ପରେ ଦ୍ୱାରି ନାମକ ଅନ୍ୟ ବ୍ୟକ୍ତି ଜଣେ ଗୁରୁତର କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଥିଲା । ଅମିତଙ୍କ ଠାରୁ ବିକାଶ କିଛି ଟଙ୍କା ଧାର ନେଇଥିବା ବେଳେ ୨୦ ହଜାର ଟଙ୍କା ସୁଝିନଥିଲା । ଗତ ୨୧ ରାତି ପ୍ରାୟ ୧ ବେଳେ ଅମିତ ଦ୍ୱାରି ସହ ମିଶି ନିଶାସକ୍ତ ଅବସ୍ଥାରେ ବିକାଶକୁ ଟଙ୍କା ମାଗିବାକୁ ଯାଇଥିଲେ । ବିକାଶ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଉଭୟଙ୍କ ଭିତରେ ହାତାହାତି ହୋଇଥିଲେ । ବିକାଶ ଅମିତ ଓ ଦ୍ୱାରିକୁ ମାଡ଼ ମାରିଥିଲା । ଯାହା ଫଳରେ ସାମାନ୍ୟ ଟଙ୍କା ପାଇଁ ଅମିତର ମୃତ୍ୟୁ ହେବା ସହ ଦ୍ୱାରି ଗୁରୁତର ଆହତ ହେବା ପରେ ଦୋଷ ଲୁଚାଇବା ପାଇଁ ଆମ୍ବୁଲାନ୍ସ ଡାକି ଦ୍ୱାରି କୁ ମେଡିକାଲ ପଠାଇଥିଲା । ଅମିତର ସ୍ତ୍ରୀକୁ ଫୋନ କରି ଅମିତକୁ ମେଡିକାଲ ମଧ୍ୟ ନେଇ ଯାଇଥିଲା । ଖଣ୍ଡଗିରି ପୋଲିସ ବିକାଶ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।