ଗ୍ୟାସସିଲିଣ୍ଡର ରୁ ନିଆଁ ଲାଗି ଜଳିଗଲା ଘର, ମା’ ପୁଅ ଗୁରୁତର

0
101
ଗ୍ୟାସସିଲିଣ୍ଡର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୯/୦୬) : ସକାଳୁ ସକାଳୁ ରୋଷେଇ ଘରେ ଚା’ କରିବାକୁ ଗ୍ୟାସ ଚୁଲାରେ ନିଆଁ ଧରାଇବା ସମୟରେ ପୂର୍ବରୁ ଗ୍ୟାସସିଲିଣ୍ଡର ଖୋଲା ଥିବାରୁ ହଠାତ୍ ନିଆଁ ଲାଗି ଯାଇ ଜଳିଯାଇଛି ସମ୍ପୂର୍ଣ୍ଣ ଘର ।

ଚା’ ପ୍ରସ୍ତୁତ କରୁଥିବା ସମୟରେ ଗ୍ୟାସସିଲିଣ୍ଡର ରୁ ମହିଳାଙ୍କ ଦେହରେ ନିଆଁ ଲାଗି ଯିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଉଭୟ ମା’ ପୁଅ ଗୁରୁତର ଆହତ ହୋଇଥିବା ବେଳେ ଝିଅ ସାମାନ୍ୟ ଆହତ ହୋଇଛନ୍ତି । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ହାତିବନ୍ଧା ଗାଁ’ର ଶତ୍ରୂଘ୍ନ ଖଟୁଆଙ୍କ ଘରେ ଆଜି ସକାଳୁ ଏଭଳି ଘଟଣା ଘଟିଛି l ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ମା’ ମାଳତୀ ଓ ପୁଅ ସୁଶାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଝିଅ ସରିତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘରପୋଡି ଖବର ପାଇ ଘସିପୁରା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ଜଳିଯିବାରୁ କୌଣସି ସମ୍ପତ୍ତି ଉଦ୍ଧାର ହୋଇପାରି ନାହିଁ ।