ଉନ୍ନତ ପ୍ରଣାଳୀରେ ଧାନ ଓ ମାଣ୍ଡିଆ ଚାଷ ସମ୍ୱନ୍ଧିୟ ତାଲିମ ଶିବିର ଅନୁଷ୍ଠିତ

0
166

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରୀଗୁଡା,(୨୯/୦୮) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏମ ଏସ ସ୍ୱମୀନାଥ କାର୍ଯାଳୟ ଠାରେ ଅନୁଷ୍ଠାନ ପକ୍ଷରୁ ସମନ୍ୱିତ କୃଷି ପ୍ରଳାଳୀ ପ୍ରକଳ୍ପ ଅଧୀନରେ ଉନ୍ନତ ପ୍ରଣାଳୀରେ ଧାନ ଓ ମାଣ୍ଡିଆ ଚାଷ ସମ୍ୱନ୍ଧିୟ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି |

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରକଳ୍ପର ସଂଯୋଜକ ଅକ୍ଷୟ କୁମାର ପଣ୍ଡା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହିତ ଉନ୍ନତ ପ୍ରଣାଳୀରେ ଧାନ ଓ ମାଣ୍ଡିଆ ଚାଷ ସମ୍ପର୍କରେ ସଂକ୍ଷିପ୍ତ ଧାରଣା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବୈପାରୀଗୁଡା ଓ କୁନ୍ଦୁରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ପ୍ରାୟ ୭୯ ଜଣ ଚାଷୀ ଯୋଗ ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୋରାପୁଟ ଭରତ ଚନ୍ଦ୍ର ନାଥ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଚାଷୀମାନଙ୍କୁ ଜୈବିକ ଓ ସବୁଜ ଖତ ପ୍ରସ୍ତୁତ କରିବା ସହ ଚାଷରେ ବ୍ୟବହାର କରିବାକୁ ପ୍ରବର୍ତ୍ତାଇଥିବା ବେଳେ ଧାଡିରେ ରୁଆକରି ଉନ୍ନତ ପ୍ରଳାଳୀରେ ଧାନ ଓ ମାଣ୍ଡିଆ ଚାଷ କଲେ କିଭଳି ଅଧିକ ଅମଳ ହୋଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ l ପ୍ରତିଷ୍ଠାନ ର ଅନ୍ୟାନ୍ୟ କାର୍ଯ୍ୟକର୍ତା ସହଯୋଗ କରିଥିଲେ l