ଫିଟ ଇଣ୍ଡିଆ ଦୌଡ କାର୍ଯ୍ୟକ୍ରମରେ ନିଜକୁ ସୁସ୍ଥ ରଖିବାକୁ ଶପଥ ନେଲେ ଖଜୁରିଆ ଯୁବପିଢ଼ି

0
158

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୯/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ନେହେରୁ ଯୁବକେନ୍ଦ୍ର ତରଫରୁ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସୁଧୀର ଦୀପ ଙ୍କ ତତ୍ଵାବଧାନରେ ଫିଟ ଇଣ୍ଡିଆ ଦୌଡ ଅନୁଷ୍ଠିତ ହୋଇଯାଇଛି |

ସେହିପରି ତିଲେଶ୍ୱର ପଞ୍ଚାୟତ ଖଜୁରିଆ ଗ୍ରାମର ମଧ୍ୟ ଖଜୁରିଆ ଯୁବ ପିଢ଼ି ଙ୍କ ଫିଟ ଇଣ୍ଡିଆ ଦୌଡ ଅନୁଷ୍ଠିତ ହୋଇଛି | ଏହି ଦୌଡ ର ପ୍ରାରମ୍ଭ ରେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଶାରୀରିକ ବ୍ୟାୟାମ କରିବା ପାଇଁ ଯୁବକ ମାନେ ଶପଥ ନେଇଥିଲେ | ଆମ ଦେଶ ର ଜାତୀୟ ସଂଗୀତ ଗାନ କରି ଏହି ଦୌଡି ଆରମ୍ଭ କରିଥିଲେ |

ଏହି କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ ର ଜୟ ଜଗନ୍ନାଥ ଯୁବକ ସଂଘ ଧୂଙ୍ଗିଆମୁଣ୍ଡା, ମା ଗ୍ରାମଦେବୀ ଯୁବକ ସଂଘ ଗୁଣ୍ଡୁରୀସାହି, ଓଁ ସାଇ ଯୁବକ ସଂଘ ଛତ୍ରଙ୍ଗ,ବାବା ସାହେବ ଭୀମ ରାଓ ରାମଜୀ ଆମ୍ବେଦକର ଯୁବ ପରିଷଦ ହରଭଙ୍ଗା, ବାବା ଲଡ଼ୁକେଶ୍ୱର ଯୁବକ ସଂଘ ଖରଭୂଇଁ, ତ୍ରିନାଥ ଯୁବପରିଷଦ ବାଇସିପଡl, ମା ଇଛାବାସନ୍ତି ଯୁବପରିଷଦ ବୁକେସିଙ୍ଗା, ବାବା ଖଣ୍ଡୁଆଳ ପତି ଯୁବକ ସଂଘ ଭାଲିଆ ଗୋରା, ରାଧାକୃଷ୍ଣ ଯୁବକ ସଂଘ ନୂଆପଡା, ମହାବୀର ଯୁବକ ସଂଘ କୁଟୀଝlର,ଓ ତିଲେଶ୍ୱର ପଂଚାୟତ ଖଜୁରିଆ ଗ୍ରାମର ଯୁବକ ସଂଘ କୁ ନେଇ ୧୧ ଟି ଗ୍ରାମରେ ଏହି ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଫିଟ ଇଣ୍ଡିଆ ର ନିୟମ ଅନୁଯାଇ ଖଜୁରିଆ ଗ୍ରାମର ଯୁବପିଢ଼ି ସମସ୍ତେ ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ସକାଳୁ ୩୦ ମିନିଟ ଦୌଡିବା ସହ ଶାରୀରିକ ବ୍ୟାୟାମ କରିବାକୁ ଶପଥ ନେଲେ ଓ ଅନ୍ୟ ସମସ୍ତ ଙ୍କୁ ସତେଚନ ବାର୍ତ୍ତା ଦେଇଥିଲେ |