1. Big News : ଗୁଣପୁର ମହାବିଦ୍ୟାଳର ପଚାଶ ତମ ପ୍ରତିଷ୍ଠା ଦିବସ ପାଳିତ

0
142
ଗୁଣପୁର

ରିପୋର୍ଟ – ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର : ୩/୭/୨୩ : ଆଜି ଗୁଣପୁର ମହାବିଦ୍ୟାଳୟର ପଚାଶତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ପଚାଶ ବର୍ଷର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ସର୍ବପ୍ରଥମେ ଏନଏସଏସ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।05c418d7 9998 4c85 b269 f395260b13b9 1. Big News : ଗୁଣପୁର ମହାବିଦ୍ୟାଳର ପଚାଶ ତମ ପ୍ରତିଷ୍ଠା ଦିବସ ପାଳିତ

ଗୁଣପୁର ମହାବିଦ୍ୟାଳର ପଚାଶ ତମ ପ୍ରତିଷ୍ଠା ଦିବସ ପାଳିତ : ଏହାପରେ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଟି. ସୁଦର୍ଶନ ରାଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗୁଣପୁର ମହାବିଦ୍ୟାଳୟର ଐତିହ୍ୟ ତଥା ଗୌରବ ଗାନ କରିବା ସହିତ ଭବିଷ୍ୟତରେ ଏହାର ସୁନାମ ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହୋଇ ଆସିଥିବା ଉନ୍ନତି ତଥା ଅନୁଷ୍ଠାନର ଗୌରବମୟ ଇତିହାସ ସଂପର୍କରେ ସମ୍ୟକ ବିବରଣୀ ଉପସ୍ଥାପନ କରିଥିଲେ ।

ସେହିପରି ଛାତ୍ର ମନୋଜ କୁମାର ଦୋରା , ଶକ୍ତିମୟ ଶତପଥୀ, ଛାତ୍ରୀ ଶ୍ରୀୟା ସେନାପତି ଓ ଯଶସ୍ଵିନୀ ପାଢୀ ପଚାଶ ବର୍ଷରେ ଗୁଣପୁର ମହାବିଦ୍ୟାଳୟ: ସୁଯୋଗ ଓ ଆହ୍ୱାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଗୁଣପୁର ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଗାୟତ୍ରୀ ଦାଶ ଦ୍ଵିତୀୟ ସ୍ଥାନ, ମାନସ କୁମାର ରାଜୁ ତୃତୀୟ ସ୍ଥାନ ଓ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଲାକୋଜି ଅନୀଲ ଅଷ୍ଟମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟର ଟେକ ରଖିଛନ୍ତି ।

କାର୍ଯ୍ୟକ୍ରମ ଆରମ୍ଭରେ ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି ଅତିଥିମାନଙ୍କୁ ସଭାମଞ୍ଚକୁ ନିମନ୍ତ୍ରଣ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ ସ୍ଵାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅଧ୍ୟାପକ ଡକ୍ଟର ସତ୍ୟବାନ୍ ଗରଡ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଟି. ସୁଦର୍ଶନ ରାଓଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।