ରାଜୀବ ଭାଇଙ୍କ ନିଆରା ଢଙ୍ଗରେ ପାଳନ କଲେ ୨୦ ତମ ବିବାହ ବାର୍ଷିକୀ #Best Priceless job by Rajiv Bhai

0
188
ରାଜୀବ ଭାଇ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୬/୦୭) : ରାୟଗଡା ଜିଲ୍ଲା ସଦରମହକୁମା ମଙ୍ଗଳା ମନ୍ଦିର ନିକଟରେ ରାଜୀବ ଭାଇ-ରାଜୀବ ଲୋଚନ ପଣ୍ଡା ନିଜ ବାସଭବନରେ ବିବାହ ବାର୍ଷିକ ଉତ୍ସବ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ।WhatsApp Image 2023 07 06 at 08.30.15 ରାଜୀବ ଭାଇଙ୍କ ନିଆରା ଢଙ୍ଗରେ ପାଳନ କଲେ ୨୦ ତମ ବିବାହ ବାର୍ଷିକୀ #Best Priceless job by Rajiv Bhai

ବିବାହ ର ୨୦ ବର୍ଷ ପୂର୍ତ୍ତି ଅବସରରେ ରାଜୀବ ଭାଇ ବୃକ୍ଷ ରୋପଣ ଓ ରକ୍ତଦାନ ପରି ମହାନ କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଉଭୟ ପଣ୍ଡା ଦମ୍ପତି ଶ୍ରୀ ରାଜିବ ଲୋଚନ ପଣ୍ଡା (ସାମ୍ବାଦିକ) ଓ ରାକ୍ଷୀ ପଣ୍ଡା ପ୍ରଥମେ ରକ୍ତଦାନ କରିଥିଲେ । ସହରର କିଛି ସାମ୍ବାଦିକ, ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବି ମାନେ ଏହି ମହତ କାର୍ଯ୍ୟ ରେ ସହଭାଗିତା କରି ରକ୍ତ ଦାନ କରିଥିଲେ । ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ରକ୍ତ ସଂଗ୍ରହ କରିଥିଲେ । ମୋଟ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବିଭାଗ ସୂଚନା ଦେଇଛି ।

ସୁସ୍ଥ ସମାଜ ଗଠନ ଦିଗରେ ବୃକ୍ଷ ରୋପଣ ନିତ୍ୟାନ୍ତ ଜରୁରୀ ଯାହା ଆଜି ଏହି ପଣ୍ଡା ଦମ୍ପତି ନିଜ ବିବାହ ଉତ୍ସବରେ ଆୟୋଜନ କରିଥିଲେ ରାଜୀବ ଭାଇ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ଯୋଗଦାନ କରିଥିଲେ । ଆଜି ର ସମାଜ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଲୋକ ମାନେ ବାଜା, ବାଣ, ଡିଜେ ବଜାଉଛନ୍ତି । ଯେଉଁଠି ନିଜ ପାଇଁ ଆନନ୍ଦ ସାଉଁଟୁ ଥିବା ବେଳେ ପରିବେଶ ପାଇଁ ଅନେକ କ୍ଷତି ପହଞ୍ଚୁଛି । ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ଠାରୁ ଦୂରରେ ରହି ଯଦି ସମସ୍ତେ ଏହିପରି ଗୋଟିଏ ଗୋଟିଏ ବୃକ୍ଷ ରୋପଣ ହେଉ କିମ୍ବା ରକ୍ତଦାନ ଭଳି ମହତ କାର୍ଯ୍ୟ କରନ୍ତି । ତେବେ ଆଗାମୀ ଦିନରେ ଏକ ପ୍ରଦୂଷଣ ମୁକ୍ତ ସୁସ୍ଥ ସମାଜ ଗଠନ ସହିତ ସମାଜ କୁ ଏକ ନୂତନ ବାର୍ତ୍ତା ଦେଇପାରିବା ବୋଲି ରାଜିବ ପଣ୍ଡା କହିଛନ୍ତି ।