କାର୍ଯ୍ୟରତ ସାମ୍ବାଦିକ ଙ୍କ ସ୍ୱାର୍ଥ ସମ୍ବଳିତ ଦାବୀ ପତ୍ର 5T ସଚିବଙ୍କୁ ପ୍ରଦାନ # Best justified claim to the Secretary in the interest of the working journalist

1
90
କାର୍ଯ୍ୟରତ ସାମ୍ବାଦିକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୭) : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଙ୍କ ସ୍ୱାର୍ଥ ସମ୍ବଳିତ ୧୦ ଦଫା ଦାବୀପତ୍ର 5T ସଚିବ ଭି କେ ପାଣ୍ଡିଆନ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରଦାନ କରାଯାଇଛି l

ପୂର୍ବରୁ ଭୁବନେଶ୍ୱରରେ ଓ ମୟୁରଭଞ୍ଜରେ ରାଜ୍ୟ ସଂଘ ପକ୍ଷରୁ ରାଜ୍ୟ ସମାବେଶରେ ଏହି ଦାଵୀ ଗୁଡିକ ମୁଖ୍ୟମନ୍ତ୍ରୀ ପାଖରେ ଉପସ୍ଥାପନା କରାଯାଇଥିବା ବିଷୟ ଆଲୋଚନା କରିଥିଲେ କାର୍ଯ୍ୟରତ ସାମ୍ବାଦିକ ଓ ଏହା କୁ ଗୁରୁତର ସହ ବିଚାର କରିବାକୁ ଅନୁରୋଧ କରିଥିଲେ l ଏ ସବୁ ଦାବୀ ବିଷୟ ରେ ମୁଁ ଅବଗତ ଅଛି ଏବଂ ଏସବୁ ସମସ୍ୟା ର ସମାଧାନ ଲାଗି ପ୍ରୟାସ ଓ ବିଚାର ବିମର୍ଶ ଚାଲିଥିବା ଶ୍ରୀ ପାଣ୍ଡିଆନ ସାମ୍ବାଦିକ ଙ୍କୁ ସୋନପୁର ରେ କହିଥିଲେ l ସଂଘ ର ଉପଦେଷ୍ଟା ଦିଲ୍ଲୀପ ପାତ୍ର ଙ୍କ ନେତୃତ୍ୱ ରେ ସୁବର୍ଣପୁର ଶାଖା ର ସଭାପତି ମନୋରଞ୍ଜନ ତ୍ରିପାଠୀ, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ଓ କୋଷାଧ୍ୟକ୍ଷ୍ୟ ଭାସ୍କର ବାବୁ ଶ୍ରଦ୍ଧାକାର ଦାଶ ପ୍ରମୁଖ ଅନେକ ସଭ୍ୟ ଉପସ୍ଥିତ ଥିଲେ l

1 COMMENT

Comments are closed.