ନୋଡାଲ ସଚିବ ଭୂପିନ୍ଦ୍ର ସିଂ ପୁନିଆଁ, ପରିଚାଳନା ନିର୍ଦ୍ଦେଶକ ଇପିକଲ ସୁବର୍ଣ୍ଣପୁର ଗସ୍ତ

0
152
ନୋଡାଲ

ରିପୋର୍ଟ : ଧ୍ରୁବରଜ ମିଶ୍ର
ସୁବର୍ଣ୍ଣପୁର, (୨୫/୦୫) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ଭୂପିନ୍ଦ୍ର ସିଂ ପୁନିଆଁ, ପରିଚାଳନା ନିର୍ଦ୍ଦେଶକ ଇପିକଲ, ଓଡିଶା ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି lWhatsApp Image 2023 05 25 at 19.55.25 ନୋଡାଲ ସଚିବ ଭୂପିନ୍ଦ୍ର ସିଂ ପୁନିଆଁ, ପରିଚାଳନା ନିର୍ଦ୍ଦେଶକ ଇପିକଲ ସୁବର୍ଣ୍ଣପୁର ଗସ୍ତ

ଜିଲ୍ଲା ନୋଡାଲ ସଚିବ ଭୂପିନ୍ଦ୍ର ସିଂ ପୁନିଆଁ ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲୁଥିବା ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ର କ୍ଷେତ୍ର ପରିଦର୍ଶନ କରିଛନ୍ତି l ସେ ଏହି ପରିପ୍ରେକ୍ଷୀରେ ସୋନପୁର ପୌରପରିଷଦ ଅନ୍ତର୍ଗତ କୁମ୍ଭାରପଡା ଓ ଖଦାଳପଡ଼ା, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡୋଘାଟ, ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର, ହର୍ଡ଼ଖୋଲ, ଓ ଖାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲେ ଠାରେ ସ୍ଥିତ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ଖାରୀ ପଞ୍ଚାୟତ ଅନ୍ତର୍ଗତ ବଡ଼ବାହାଲି ସ୍ଥିତ ଛତୁଆ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରରେ ସଦାସର୍ବଦା ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ଦେବାକୁ ସଦସ୍ୟା ଙ୍କୁ ପରାମର୍ଶ ଦେଇଛନ୍ତି, ତରେଇକେଲା ଠାରେ ନିର୍ମାଣଧୀନ ଏମ ଏସ ଏମ ଇ ପାର୍କ ସହ ସାହାଜପିଟା ଠାରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ସୀତାରାମ ଛତୁ ଚାଷ ଓ ମଞ୍ଜି ଉତ୍ପାଦନ କେନ୍ଦ୍ର ତଥା 5T ଉପକ୍ରମରେ ରୂପାନ୍ତରଣ ଗଙ୍ଗାଧର ମେହେର ଉଚ୍ଚବିଦ୍ୟାଳୟ ସାଗରପାଲି ର ପରିଦର୍ଶନ ସହ ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ପାଣିମୁରା ଠାରେ ପ୍ରଥମ ଶସ୍ୟ ଭିତ୍ତିକ ନିର୍ମାଣଧୀନ ଇଥାନେଲ ପ୍ଲାଣ୍ଟ ଙ୍କୁ ମଧ୍ୟ ପରିଦର୍ଶନ ରେ ଯାଇଥିଲେ l

ମାନ୍ୟବର ସଚିବ ପରିଦର୍ଶନ ସମୟରେ ସ୍ଥାନୀୟ ହିତାଧିକାରୀଙ୍କୁ କେନ୍ଦ୍ରର ପରିଚାଳନାଗତ ସୁବିଧା ଅସୁବିଧା ତଥା ଖାଉଟି ଦ୍ରବ୍ୟ ର ସଠିକ ଉପଲବ୍ଧତା ଓ ଗୁଣାତ୍ମକମାନ ସମ୍ପର୍କରେ ପଚାରି ବୁଝିବା ସହିତ ସ୍ଥାନୀୟ ଖାଉଟି, ହିତାଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ସହ ମତବିନିମୟ କରିଥିଲେ l ନୋଡାଲ ସଚିବ ଙ୍କ କ୍ଷେତ୍ର ପରିଦର୍ଶନରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଏମ ଡିଆଇ ସି ବଳଭଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାଶ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ,ବି ଡି ଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ବି ଡି ଓ ଉଲୁଣ୍ଡା କରିସ୍ମା ବେସ୍ରା, ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ନାୟକ, ଏମ ଆଇ, ସ୍ଥାନୀୟ ସରପଞ୍ଚ, ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ବୃନ୍ଦ ଉପସ୍ଥିତ ରହିଥିଲେ l