ଫିଲ୍ମ “ଅପରେସନ 12/17″ର ପୋଷ୍ଟର ଲୋକାର୍ପଣ

0
98
ଫିଲ୍ମ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୦୬/୦୭) : ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଫିଲ୍ମ  “ଅପରେସନ ୧୨/୧୭” ପୋଷ୍ଟର ଲୋକାର୍ପଣ ଓ କଳାକାର ନାମ ଘୋଷଣା ଭୁବନେଶ୍ୱର ସତ୍ୟ ବିହାର ସ୍ଥିତ ଭବାନୀ ମଣ୍ଡପ ଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଫିଲ୍ମ ପୋଷ୍ଟର ଲୋକାର୍ପଣ ଉତ୍ସବ ରେ ଚଳଚ୍ଚିତ୍ର ର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, କାର୍ଯ୍ୟକାରୀ ପ୍ରଯୋଜକ ଅମର ମହାପାତ୍ର,ଅଭିନେତା ଶ୍ରେୟାନ୍, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ଅଭିନେତ୍ରୀ ଭୂମିକା ପ୍ରମୁଖ ଉପସ୍ଥିତ ଥିଲେ । ଦ୍ବିପାୟନ ପଟ୍ଟନାୟକ ଙ୍କର କାହାଣୀ ର ସଂଳାପ ରଚନା କରିଛନ୍ତି ଆଗଧାଡିର ସଂଳାପକାର ଦିଲ୍ଲୀପ ଚୌଧୁରୀ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଆଜିକାଲି ର ଟ୍ରେଣ୍ଡୀ ସଙ୍ଗୀତକାର ବୈଦ୍ୟନାଥ ଦାଶ । ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀ ର ଡିଓପି ପ୍ରଶାନ୍ତନୁ ମହାପାତ୍ର ।

ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି । ଏମାନଙ୍କ ସହିତ ଓଡିଶା ସିନେ ଦୁନିଆର ବହୁ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ପ୍ରମୁଖ ରହିଛନ୍ତି । ପ୍ରଚାର ପ୍ରସାର ଦାୟିତ୍ୱ ରେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି l ଏହି ଚଳଚ୍ଚିତ୍ର ବହୁତ ଜଲଦି ସୁଟିଙ୍ଗ୍ ହେବ ପ୍ରଯୋଜନା ସଂସ୍ଥା ସୂଚନା ଦେଇଛନ୍ତି ।