ବିଜେପି ଯୁବ ମୋର୍ଚ୍ଚା ଙ୍କୁ ଭୁବନେଶ୍ୱରରେ ପୋଲିସ ମାଡ଼ : ପ୍ରତିବାଦରେ କାଶୀନଗରରେ ଏତଲା

0
241
ବିଜେପି ଯୁବ ମୋର୍ଚ୍ଚା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩/୩) : ବିଜେପି ଯୁବ ମୋର୍ଚ୍ଚା ଙ୍କୁ କାଶୀନଗର ଟାଉନ ବିଜେପି ପକ୍ଷରୁ ଡିସିପି ଓ କମିଶେନେରେଟ ପୋଲିସ ବିରୋଧ ରେ ଏତଲା ଦେଇଛି ।

ସୂଚନା ମୁତାବକ ରାଜ୍ୟ ବିଜେପି ର ଡାକରା କ୍ରମେ ୩୧୪ ବ୍ଲକ ରେ ଥିବା ବିଭିନ୍ନ ପୋଲିସ ଥାନାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଙ୍କୁ ଲୟର ପି ଏମ ଜି ଛକ ରେ ପୋଲିସ ଅମାନୁଷିକ ଭାବେ ମାଡ଼ ମାରିବା, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବିରୋଧରେ କାଶୀନଗର ନଗର ବିଜେପି ଆଜି କାଶୀନଗର ଥାନାରେ ଅଭିଯୋଗ ଦେଇଛି । ଟାଉନ ସଭାପତି ଭି. ଚଲାପତି ରାଓ, ଜିଲ୍ଲା ଉପ ସଭାପତି ଶ୍ରୀ କରିକନା ମୁକୁନ୍ଦ ରାଓ, ଆର ନାରାୟଣ ରାଓ, ପ୍ରଶାନ୍ତ ସାହୁ, କନ୍ୟା କୁମାରୀ ସାହୁ ଙ୍କ ନେତୃତ୍ୱ ରେ ବହୁ ଦଳୀୟ କର୍ମୀ ଥାନାରେ ପହଞ୍ଚି ଥିଲେ । ଏ ଏସ ଆଇ ଙ୍କୁ ପ୍ରଦାନ କରିଥିଲେ ।