ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଉଦଯାପିତ – No 1 Best Forest Festival

0
89
ଜିଲ୍ଲା ସ୍ତରୀୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୭) : ସୁବର୍ଣ୍ଣପୁର ବନ ଖଣ୍ଡ ଓ ସୋନପୁର ବନାଞ୍ଚଳ ପକ୍ଷରୁ ଆୟୋଜିତ ୭୪ ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସ୍ଥାନୀୟ ଛଞ୍ଚାଣ ଡୁଙ୍ଗୁରି ଠାରେ ଆଜି ଉଦଯାପିତ ହୋଇ ଯାଇଛି lWhatsApp Image 2023 07 07 at 21.54.58 ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଉଦଯାପିତ - No 1 Best Forest Festival

ଜଙ୍ଗଲ, ପରିବେଶ, ଓ ଜଳ ବାୟୁ ପାରିବର୍ତନ ବିଭାଗ ଓଡିଶା ସରକାରପକ୍ଷ ରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଉତ୍ସବରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏବର୍ଷ ଦଶ ଲକ୍ଷ ଚାରା ରୋପଣ କରାଯିବାର ଲକ୍ଷ୍ୟ ଧlର୍ଯ୍ୟ କରାଯାଇଛି ଓ ଜ଼ିଲ୍ଲା ର ବୃକ୍ଷ ପ୍ରେମୀ ମାନଙ୍କୁ ପ୍ରୋତ୍ସାହନ କରାଯିବ ବୋଲି ମତ ରଖିଥିଲେ l ଏସପି ଅମରେଶ ପଣ୍ଡା, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଅଁର, ଡି ଏଫ ଓ ମଦନ ଲାଲ ଶର୍ମା, ଏ ସି ଏଫ ପ୍ରଫୁଲ୍ଲ ଧରୁଆ, ଯୋଗ ଦେଇ ଗୋଟାଏ ଗଛ ଚାରି ଜଣ ମଣିଷ କୁ ଅମ୍ଳଜାନ ଯୋଗାଇ ଥାଏ ତେଣୁ ଏବେ ଆମେ ସବୁଠି ବ୍ୟାପକ ଭାବେ ବୃକ୍ଷ ରୋପଣ ଓ ଏହାର ଯତ୍ନ ନ କଲେ ଆଗାମୀ ଦିନ ରେ ବଞ୍ଚିବା କଷ୍ଟ ହୋଇଯିବ ବୋଲି ଏକ ପରିବେଶ ସଚେତନତା ସଭl ରେ ସମସ୍ତ ଙ୍କୁ ସଚେତନ କରିଥିଲେ l

ଧାରା ପୃଷ୍ଠ କୁ ସୁନ୍ଦର କରିବା ପାଇଁ ବୃକ୍ଷ ଉପହାର କରନ୍ତୁ ଓ ବନ୍ୟ ପ୍ରତି ଜାଗ୍ରତ ଓ ସଂରକ୍ଷଣ କରିବା ସହିତ ପରିବେଶ ନଷ୍ଠ କରୁଥିବା ଲୋକ ଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମସ୍ତ ଅତିଥି କହିଥିଲେ l ପରେ ପରେ ସମସ୍ତ ଅତିଥି ଙ୍କ ଦ୍ୱାରା ମେଗା ପ୍ଳାନଟେସନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଏସିଏଫ ଅବିନାଶ ବରିହା, ରେଞ୍ଜର ଡ଼ମ୍ବରୁ ଧର ପଧାନ, ଭରତ ବନ୍ଧୁ ଶବର, ବନ ପାଳ ଭକ୍ତ ବନ୍ଧୁ ମିଶ୍ର, ଫରେଷ୍ଟର ଦୀନେଶ ମାଝୀ, ସୁଜ୍ଞାନୀ ମିଶ୍ର, ସମୀରେନ୍ଦ ପଧାନ, ପ୍ରକାଶ ସାହୁ ପ୍ରମୁଖ ସମସ୍ତ କର୍ମଚାରି ସହଯୋଗ କରିଥିଲେ l