ରାୟଗଡ଼ା ଜିଲ୍ଲାରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମର ଶୁଭରମ୍ଭ 1. Top Best Program Beti Bachao Beti Padhao

1
126
ରାୟଗଡ଼ା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୭/୦୭) : ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 07 07 at 18.17.07 ରାୟଗଡ଼ା ଜିଲ୍ଲାରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମର ଶୁଭରମ୍ଭ 1. Top Best Program Beti Bachao Beti Padhao

ଏହି ଅବସରରେ ରାୟଗଡ଼ା ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା କମିଟି ସମୂହ ଯଥା ଜିଲ୍ଲା ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ ଏବଂ ଶିଶୁ ଶ୍ରମିକ ନିରାକରଣ କମିଟିର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ ।

ଏହି ମିଳିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ନିଜ ଅଭିଭାଷଣରେ କହିଥିଲେ ଯେ, ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସମନ୍ଵୟ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ରାୟଗଡା ଜିଲ୍ଲାକୁ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବାର ଆବଶ୍ୟକତା ରହିଛି । ସେ କିଶୋର କିଶୋରୀ ମାନଙ୍କ ନିମନ୍ତେ ଶିକ୍ଷା ନିଶ୍ଚିତ କରାଇବା ସହିତ ସେମାନଙ୍କୁ ଗୋଟିଏ ଗୋଟିଏ କୁଶଳୀ ମଣିଷ ଭାବେ ଗଢି ତୋଳିବାର ଆବଶ୍ୟକତା ରହିଛି ।

ପ୍ରତ୍ୟେକ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଇବା ସହିତ ଶିଶୁ ମିତ୍ର ଜିଲ୍ଲା ଗଠନ ନିମନ୍ତ ପରାମର୍ଶ ଦେଇଥିଲେ । ବାଲ୍ୟ ବିବାହ ରୋକିବା ସମୟରେ କଣ ସବୁ ଅସୁବିଧା ରହୁଛି ସେହି ବିଷୟରେ ଆଲୋଚନା କରାଯିବା ସହିତ ଜିଲ୍ଲାରେ ଉଦୁଲିଆ ଭଳି ପ୍ରଥା ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମ ସହିତ ଜିଲ୍ଲାରେ ପ୍ରଥମ କରି ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଓ ଶ୍ରୀ ଧର୍ମାନନ୍ଦ ବେହେରା ମିଳିତ ଭାବେ ଶୁଭାରମ୍ଭ କରିଥିଲେ । ଗତ ମାଟ୍ରିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ବିଭିନ୍ନ ବିଭାଗରେ ଜିଲ୍ଲାରେ ସର୍ବୋଚ୍ଚ ମର୍କ ରଖିଥିବା ପ୍ରଥମ ପାଞ୍ଚ ଜଣ ହିସାବରେ ମୋଟ ୨୧ ଜଣ ଝିଅଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା କରଯାଇଥିଲା ।

ପୂର୍ବତନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏହି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇ ଗତ ୩ ମାସ ମଧ୍ୟରେ ଜିଲ୍ଲାରେ ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମ ସ୍ତରରେ ବିଭନ୍ନ ବିଭାଗ ମାନଙ୍କ ଦ୍ଵାରା ନିଆଯାଇଥିବା କାର୍ଯ୍ୟ ଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ତତ୍ତ୍ବମସି ମହାପାତ୍ର କହିଥିଲେ ଯେ ଯଦି କୌଣସି କିଶୋର ବା କିଶୋରୀ ଅତିକମରେ ୧୮ ବର୍ଷ ପୂରଣ କରିଥିବେ ଓ ଅତିକମରେ ୫ମ ଶ୍ରେଣୀ ପାଠ ପଢିଥିବେ ସେହିଭଳି କିଶୋର କିଶୋରୀ ମାନଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟଳୟକୁ ପଠାଇବେ ତେବେ ସେମାନଙ୍କୁ ବିଭିନ୍ନ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ସାମିଲ କରି ପାରିବା । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଜଶ୍ମିନୀ ସାହୁ ଶିଶୁ ଶ୍ରମ ବିଲୋପ ଜିଲ୍ଲା ଟାସ୍କଫୋର୍ସର ଆବଶ୍ୟକତା ଏବଂ ଏଥିରେ ବିଭିନ୍ନ ସଭ୍ୟ ସଭ୍ୟାଙ୍କ ଭାଗୀଦାରୀତା ବିଷୟରେ ଆଲୋକପାତ କରିଥିଲେ ।WhatsApp Image 2023 07 07 at 18.17.08 1 ରାୟଗଡ଼ା ଜିଲ୍ଲାରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମର ଶୁଭରମ୍ଭ 1. Top Best Program Beti Bachao Beti Padhao

ପ୍ରକାଶ ଥାଉ କି ଯେ, ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଓ ଶିଶୁ ମାନଙ୍କ ନିମନ୍ତେ ନିରାପଦ ଓ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ, ବିଭିନ୍ନ ଅନୁଷ୍ଠାନ ମାନଙ୍କରେ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି ।

ଗାଁ କଲ୍ୟାଣ ସମିତିକୁ ଗ୍ରାମ୍ୟ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟି ଭାବେ ଶିଶୁ ସୁରକ୍ଷା ବିଷୟରେ ଗୁରୁତ୍ଵ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବିଷୟରେ ଆଲୋଚନା କରଯାଇଥିଲା । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ମମତା ଚୌଧୁରୀ ଶ୍ରଦ୍ଧା କ୍ଲିନିକ, କିଶୋରୀ ସ୍ୱାସ୍ଥ୍ୟ ଓ ଗର୍ଭ ପଞ୍ଜୀକରଣ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ ।

ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ବୈଠକକୁ ସମସ୍ତଙ୍କୁ ସ୍ଵାଗତ କରିଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗୁଣୁପୁର ପି ଏ ଆଟି ଡି ଏ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ଭାରପ୍ରାପ୍ତ ରାୟଗଡ଼ା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୁମାରୀ ବିଚିତ୍ରା ସେଠୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ବିଦୁଲତା ହୁଇକା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଆକ୍ସନଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ, ଅରୁଣା ସଂଗଠନର ଜିଲ୍ଲା ପରାମର୍ଶଦାତା ପ୍ରମୋଦ କୁମାର ନାୟକ, ଡି କେ ଡିଏ ଓ ଏଲ ଏସ ଡି ଏର ଅଧିକାରୀ,

ରାୟଗଡ଼ା ଜିଲ୍ଲାର ସମସ୍ତ ବାଲ୍ୟବିବାହ ନିଷେଧ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ, ମଙ୍ଗରାଜ, ଜିଲ୍ଲା ପଂଚାୟତ ଅଧିକାରୀ ସାକିଲା ଚରଣ ବାସ୍କେ, ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରତିନିଧି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିରୁ ଅଣ ଆନୁଷ୍ଠାନିଳ ଯତ୍ନ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରତାପ କୁମାର ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଶିକ୍ଷା ବିଭାଗ, ଓ ଏଲ ଏମ, ଶ୍ରମ ବିଭାଗ, ମଙ୍ଗଳ ବିଭାଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିବା ସହିତ ଆଲୋଚନାରେ ଅଂଶ ଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ସମନ୍ଵିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

1 COMMENT

Comments are closed.