କୋଟସମଲାଇ 5Tହାଇସ୍କୁଲରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ # Top News: Final Farewell promotion for teachers held

0
101
କୋଟସମଲାଇ

ରିପୋର୍ଟ: ରାଜେଶ ବାଗ //
ଉଲୁଣ୍ଡା (୮/୭): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଶ୍ରୀଜାଗନାଥ ଏକାଡେମୀ ୫ଟି ହାଇସ୍କୁଲ ରେ ନବ ନିଯୁକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରାକ୍ତନ ଗଣିତ ଶିକ୍ଷକ ଲକ୍ଷ୍ମଣ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇ ଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ କୋଟସମଲାଇ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାଶିନୀ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ବିଜୟ ହୋତା ଧନ୍ୟବାଦ ଦେଇଥିଲେ। ଗୋଷ୍ଠି ଶିକ୍ଷାଅଧିକାରୀଙ୍କୁ ଉପଢୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ଅଗଣାରେ ଶ୍ରୀ ମିଶ୍ର ନିଜର ଏକ ପ୍ରତୀକ ଭାବେ ଏକ ବୃକ୍ଷ ରୋପଣ କରିଥିଲେ, ଯାହା ତାଙ୍କ ଆବର୍ତ୍ତନ ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତା ଶ୍ରୀ ମିଶ୍ରଙ୍କ ସ୍ମୃତି ସ୍ୱରୂପ ଏ ବୃକ୍ଷକୁ ଯତ୍ନ ନେବାର ଶପଥ ନେଇଥିଲେ।

ଶେଷରେ ଅତ୍ୟନ୍ତ ଭାବବିହ୍ଵଳ ପରିବେଶ ରେ ବିନିକା ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ରଙ୍କୁ ବିଦାୟ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସୁଧୀର ହୋତା, ଶଙ୍ଖସିନ୍ଧୁ ପୁରୋହିତ, ପ୍ରଫୁଲ୍ଲ ସାହୁ ସଂଯୋଜନା କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।