ଭୈରବ ମହାବିଦ୍ୟାଳୟରେ ଟପ୍ ୩ ଜଣରେ ରହିଲେ ଛାତ୍ରୀ # Now Student in Bhairav College is among the top 3 students

1
266
ଭୈରବ

ରିପୋର୍ଟ: ରବି ଶଙ୍କର ମହାପାତ୍ର //
ବୋରିଗୁମ୍ମା (୦୮/୦୭): ବୋରିଗୁମ୍ମା ଭୈରବ ଡ଼ିଗ୍ରୀ ମହାବିଦ୍ୟାଳୟର ୨୦୨୩ ବର୍ଷର ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି ।ମୋଟ ୬୪ ଜଣ ଛାତ୍ରୀ ଛାତ୍ର ଏହି ମହାବିଦ୍ୟାଳୟରୁ ପରୀକ୍ଷା ଦେଇଥିଲେ ।bd5473c1 581b 44c8 85cc c10d9ebbe45e ଭୈରବ ମହାବିଦ୍ୟାଳୟରେ ଟପ୍ ୩ ଜଣରେ ରହିଲେ ଛାତ୍ରୀ # Now Student in Bhairav College is among the top 3 students

ସେଥି ମଧ୍ୟରୁ ଶତକଡ଼ା ୯୯ ଭାଗ ପିଲା ପାସ୍ କରିଥିବା ବେଳେ ଭୈରବ ମହାବିଦ୍ୟାଳୟରେ ଅଧିକା ମାର୍କ ରଖିଥିବା ଶ୍ରେଷ୍ଠ ୩ ଜଣ ଛାତ୍ରୀ ହେଲେ, ବୋରିଗୁମ୍ମାର ଛାତ୍ରୀ ଦେବୀପ୍ରିୟା ପଟ୍ଟନାୟକ, ମୋଟ ୨୬୦୦ମାର୍କରୁ ୨୦୬୧ ମାର୍କ ରଖି ରାଜନୀତି ବିଜ୍ଞାନରେ ପ୍ରଥମ ସ୍ଥାନ ଓ ବୋରିଗୁମ୍ମାର ସନ୍ତୋଷୀ ପଣ୍ଡା, ୨୬୦୦ ମାର୍କରୁ ୨୦୫୧ ମାର୍କ ରଖି ରାଜନୀତି ବିଜ୍ଞାନରେ ଦ୍ଵିତୀୟ ଏବଂ କୋରାପୁଟର କେ. ପ୍ରିୟଙ୍କା ପାତ୍ର ୨୬୦୦ ମାର୍କରୁ ୨୦୬୧ ମାର୍କ ରଖି ଓଡ଼ିଆ କରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ।840eecfc b724 4ba1 8224 05650538585b ଭୈରବ ମହାବିଦ୍ୟାଳୟରେ ଟପ୍ ୩ ଜଣରେ ରହିଲେ ଛାତ୍ରୀ # Now Student in Bhairav College is among the top 3 students

ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣ-ଅଧ୍ୟାପକ କର୍ମଚାରୀ ଏବଂ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି, ସମ୍ପାଦକ ଏବଂ ସଦସ୍ୟ ବୃନ୍ଦ ସମସ୍ତେ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।ବୋରିଗୁମ୍ମା ଅଞ୍ଚଳ ପାଇଁ ଏହା ଏକ ଖୁସିର ବିଷୟ ।ଛାତ୍ର ମାନଙ୍କ ଅପେକ୍ଷା ଛାତ୍ରୀ ମାନେ ସର୍ବଦା ଗୋଟେ ପାଦ ଆଗରେ ରହି ଏକ ଉଦାହରଣ ପାଲଟିଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେବା ସହ ଟପର ଛାତ୍ରୀମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

1 COMMENT

Comments are closed.