1. Shocking News-ଗୋ ମାଂସ ବୋଝେଇ ଟ୍ରକ ଜବତ

1
86
ଗୋ ମାଂସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୦/୦୭) : କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ନୂନଟିକିରି ଛକରେ ଏକ ଗୋ ମାଂସ ବୋଝେଇ ୧୦ ଚକିଆ ଟ୍ରକ ଜବତ କରାଯାଇଛି ।

ଗୋ ମାଂସ ବୋଝେଇ ଟ୍ରକଟି କଟକ ନରସିଂପୁର ଚମ୍ପେଶ୍ବର ଅଞ୍ଚଳରୁ ପଞ୍ଚିମବଙ୍ଗ ଯାଉଥିବାବେଳେ ଆଜି ଭୋରୁ ବଜରଙ୍ଗ ଦଳର କର୍ମୀମାନେ ଏହି ଟ୍ରକଟିକୁ ଅଟକାଇଥିଲେ । ଟ୍ରକ କୁ ଏସକର୍ଟ କରି ନେଉଥିବା ଏକ ଚାରି ଚକିଆ ଗାଡ଼ି ଓ ସେଥିରେ ବସିଥିବା ଲୋକେ ଫୋରର ହୋଇଯାଇଥିବାବେଳେ ଗୋ ମାଂସ ବୋଝେଇ ଟ୍ରକ ର ଡ୍ରାଇଭର ଓ ହେଲପରଙ୍କୁ ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି । ଅନ୍ୟପକ୍ଷରେ ପୋଲିସ ଗାଡି ଜବତ କରି ତଦନ୍ତ କରିଛି ।

1 COMMENT

  1. […] ଘରୁ ବାହାରିବାକୁ ମୋତେ ଡର ଲାଗୁଛି। ମୋ ଜୀବନ ପ୍ରତି ବିପଦ ଅଛି। ମୋତେ ବର୍ତ୍ତମାନ ସୁରକ୍ଷା ଦରକାର। […]

Comments are closed.