1. Best News- ରାଇକିଆ ବ୍ଲକ୍ ପରିସର ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

0
62
ରାଇକିଆ ବ୍ଲକ୍

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୧/୦୭) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ସଭାଗୃହରେ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଗ୍ରୀଭାନ୍ସ ଗ୍ରହଣ ଏବଂ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ରାଇକିଆ ବ୍ଲକ୍ ଜନସାଧାରଣଙ୍କ ପକ୍ଷରୁ ବ୍ୟକ୍ତିଗତ ଗ୍ରୀଭାନ୍ସ ୭୫ ଟି ଏବଂ ୨୮ ଟି ସାମୁହିକ ଗ୍ରୀଭାନ୍ସ ଏଭଳି ମୋଟ ୧୦୩ ଗ୍ରୀଭାନ୍ସ ଗ୍ରହଣ ସହ ଶୁଣାଣୀ ହୋଇଥିଲା । ଗ୍ରୀଭାନ୍ସ ବେଳେ ସୁଗଡବାଡ଼ି ଗ୍ରାମପଞ୍ଚୟତର ବହୁ ମହିଳାମାନେ ଆଜି ଉପସ୍ଥିତ ହୋଇ ମଦ ତଥା ନିଶାକାରବାର ବନ୍ଦ କରିବା ଦାବି ଅଭିଯୋଗ କରିବାର ଦେଖାଯାଇଥିଲା । ଏହି ଅବସରରେ ଅତିରିକ୍ତ ଏସପି, ବାଲିଗୁଡା ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ, ଓ ରାଇକିଆ ବଡିଓ, ସମେତ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।