1 Best ସଚେତନତା News- ନାଇକେନପାଲିରୁ ବାହାରିଲା ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ

0
67
ସଚେତନତା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୧/୦୭) : ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।

ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ରାମ ଶଙ୍କର ତ୍ରିପାଠୀ ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଗାମୀ ୧୬ ଜୁଲାଇ ଯାଏଁ ସୋନପୁର ବ୍ଲକର ଗ୍ରାମକୁ ଗ୍ରାମ ଏହି ରଥ ବୁଲିବ । ଏହା ବ୍ୟତିତ ପୋଷ୍ଟର, ଲିଫଲେଟ ବଣ୍ଟନ, ସ୍ଵାସ୍ଥ୍ୟକାନ୍ଥରେ ବାର୍ତ୍ତା, ଗୃପ ମିଟିଙ୍ଗ ଆଦି ଆୟୋଜନ କରି ଲୋକଙ୍କୁ ପରିବାର ନିୟୋଜନ ପଦ୍ଧତି ଅବଲମ୍ବନ କରିବାକୁ ସଚେତନ କରାଯିବା ପାଇଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଇଛି ।

୧୧ ଜୁଲାଇ ରୁ ୨୪ ଜୁଲାଇ ଯାଏଁ ଜନସଂଖ୍ୟା ସ୍ଥିରତା ପକ୍ଷରେ ଲୋକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର, ଆୟୁସିଡି, ଅନ୍ତରା, କଣ୍ଡୋମ, ଗର୍ଭ ନିରୋଧକ ବଟିକା ଆଦି ସେବା ସ୍ଵାସ୍ଥ୍ୟକେନ୍ଦ୍ର ମାନଙ୍କରେ ବିନା ମୂଲ୍ୟରେ ଯୋଗାଇ ଦିଆଯିବାର ଯୋଜନା ରହିଛି । କାର୍ଯ୍ୟକ୍ରମଟି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ପ୍ରିୟ ରଂଜନ ସାହୁ, ବିଏମ ସୁଜିତ ସାହୁଙ୍କ ସମେତ ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀ ଏବଂ ଆଶାକର୍ମୀମାନେ ଉପସ୍ଥିତ ଥିଲେ । ଜନସଂଖ୍ୟା ସ୍ଥିରତା ପକ୍ଷରେ ବିଭିନ୍ନ ପତିବାର ନିୟୋଜନ ସେବା ଆପଣାଇବାକୁ ଏହି ଅବସରରେ ହିତାଧିକାରୀମାନଙ୍କୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଅପିଲ କରାଯାଇଛି ।