ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର – 1 Shocking News-Maoist banners and posters

0
58
ମାଓବାଦୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡ଼ା, (୯/୭) : ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଷିଖମାର ଛକରେ ପୁଣି ଦେଖିବାକୁ ମିଳିଛି ମାଓବାଦୀ ଙ୍କ ବ୍ୟାନର ଓ ପୋଷ୍ଟର

ମାଓବାଦୀ ବ୍ୟାନର ଓ ପୋଷ୍ଟର- ଏଥିରେ ଉଲ୍ଲେଖ ରହିଛି ଯେ ଶେରକାପାଡି ରୁ ନିୟମଗିରୀ କୁ ଯାଉଥିବା ରାସ୍ତା କାମ ବନ୍ଦ କର, ସରକାର ଆଦିବାସୀ ଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜୀପତି ହାତକୁ ଟେକି ଦେଉଛନ୍ତି ତେଣୁ ସରକାର ଙ୍କୁ ବିରୋଧ କରନ୍ତୁ, ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉ ଦଲାଲ ମାନେ ବୁଲୁଛନ୍ତି ସେମାନେ ସାବଧାନ ରୁହନ୍ତୁ, ଗତ ମେ ୧୫ ତାରିଖରେ ଆମର ବନ୍ଦ ର ସଫଳ କୁ ଯେଉମାନେ ବିରୋଧ ଓ ପୋଷ୍ଟର କୁ ଯେଉମାନେ ଲୁଚାଇଛନ୍ତି ସେମାନଙ୍କୁ ପ୍ରଜା କୋର୍ଟ ରେ ଦଣ୍ଡ ଦିଆଜିବ ଓ କିଛି ସାମ୍ବାଦିକ ମାନେ ପୋଲିସ ଓ ପ୍ରଶାସନ ର ସପକ୍ଷରେ ରାଜ ଚଲାଇ ଗରିବ ଲୋକ ର ସମସ୍ୟା କୁ ସହଯୋଗ କରୁନାହାନ୍ତି ବୋଲି ଲେଖା ଯାଇଥିବା ବେଳେ ପୋଷ୍ଟର ଓ ବ୍ୟାନର କୁ CPI ମାଓବାଦୀ ବଶଧରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି ।