ମା ମାଣିକେଶ୍ବରୀ ମନ୍ଦିର ଉନ୍ନତି କାରଣ ନିମନ୍ତେ ବୋଲ ବୋମ ତରଫରୁ ସରକାରଙ୍କୁ ନିବେଦନ – 1- Best News: Maa Manikeshwari Temple Improvement

0
53
ମା ମାଣିକେଶ୍ବରୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୦/୭) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରା ଗଡ ଗ୍ରାମ ରେ ଥିବା ମା ମାଣିକେଶ୍ବରୀ ମନ୍ଦିର ରେ କିଛି ଉନ୍ନତ ମୂଳକ କାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ସରକାର ଙ୍କ ପାଖରେ ।

ଏହି ମା ମାଣିକେଶ୍ବରୀ ମନ୍ଦିର ପରିସରରେ ଗୋଟେ ବୋର୍ ପାଣି ପାଇଁ, ଅତିଥି ଗୃହର ଓ ଚରି ପାଖ ରେ ପାଚେରୀ ନିର୍ମାଣ ପାଇଁ ବୋଲ ବୋମ ର ସମସ୍ତ ସଦସ୍ୟ ଓ ଗ୍ରାମ ବାସୀ। ମିନତୀ ପୂଜାରୀ, ଚଞ୍ଚଳା ପାତ୍ର, ଅରୁଜୁନ ପାତ୍ର, ରିଲିଫ ପାତ୍ର, , କାହୁଁ ଚରଣ ଭାଟ, ନରୋତ୍ତମ ପାଢ଼ୀ ଓ ମନ୍ଦିର ସେବକ ସୁରେଶନ ଭାଟ ସରକାର ଙ୍କୁ ଅନୁରୋଧ କରିଛନ୍ତି। ବୋଲ ବୋମ ଏହି ମନ୍ଦିର ପରିସର ରେ ଆଜିକୁ ବାର (୧୨) ବର୍ଷ ହେଲା କରି ଆସୁଛନ୍ତି ।

ଯାତ୍ରା କାଳରେ ଓ ଏହି ମନ୍ଦିର କୁ ବିଭିନ୍ନ ପ୍ରକାର ଭକ୍ତ ମାନେ ଦୂର ଦୁରନ୍ତ ରୁ ଆସି ଥାନ୍ତି । ସେମାନେ ଆସିଲେ ରହିବା ପାଇଁ କୋଣସି ରହିବାର ବନ୍ଦୋବସ୍ତ ନାହିଁ । ଏଥି ପାଇଁ ଗୋଟେ ଅତିଥି ଗୃହର ନିର୍ମାଣ କରାଗଲେ । କୁଟ୍ର ଗଡ ଗ୍ରାମପଞ୍ଚାୟତ ର ସମସ୍ତ ଗ୍ରାମ ବାସୀ ଅନୁରୋଧ କରିଛନ୍ତି ।