୪୫ ଦିନ ବିତିଥିଲେ ମଧ୍ୟ ଡ୍ରେନ କାମ ହେଲାନି ! ବର୍ଷା ଦିନ ରେ ବେପାରୀ ହନ୍ତସନ୍ତ

0
58

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୭) : ଗତ ମଇ ମାସ ୨୫ ଓ ୨୬ ଦୁଇ ଦିନ କାଶୀନଗର ଏନ ଏ ସି ରେ ଜବର ଦଖଲ ଉଛେଦ ହୋଇଥିଲା, ହେଲେ ଏ ଜଏନ ମାଟି ମୁଠା ଟିଏ ପଡିଲା ନାହିଁ ।

ପ୍ରକାଶ ଥାଉକି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୋଲିସ ଉପସ୍ଥିତି ରେ ଦୁଇ ଦିନ କାଳ ଜବର ଦଖଲ ଉଛେଦ ହୋଇଥିଲା । ବହୁ ବେପାରୀ ନିଜ ଦୋକାନ ଘର ଭାଙ୍ଗି ଯିବାରୁ ୪୫ ଦିନ ବଡ଼ ହଇରାଣ ହରକତ ହେଉଛନ୍ତି । ଏବେ ଜଏନ ମାଟି ମୁଠାଏ ପଡିଲା ନାହିଁକି ଡ୍ରେନ ନିର୍ମାଣ ହୋଇପାରିଲା ନାହିଁ, ଯାହା ଫଳରେ ଲୋକେ ହନ୍ତ ସନ୍ତ ହୋଇ ଜିଲ୍ଲାପାଳ ଙ୍କୁ ଗୁହାରି କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।