ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ, ୧୫୦ ଲିଟର ମଦ ଜବତ

0
59

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୧୨/୦୭) : ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ ଓ ରାୟଗଡା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମ ବିଷମକଟକ ଅବକାରୀ ଅଞ୍ଚଳ ଯଥା :କୁମାରଢାମୁଣି, ବେଥିଆପଡା, ବାଣପୁର, ଚାଟିକଣା, ଗୋତିଗୁଡା ଅଞ୍ଚଳରେ ରାୟଗଡା ଜିଲ୍ଲା ମୋବାଇଲ, ଗୁଣପୁର ଅବକାରୀ ନୀରିକ୍ଷକ ଓ ବିଷମକଟକ ଅବକାରୀ ଷ୍ଟାଫ୍ ଙ୍କ ମିଳିତ ଚଢ଼ାଉ ଓ ଧରପଗଡ଼ କରି ଚାରିଗୋଟି କେସ୍‌ ରୁଜ୍ଜୁ କରି ଦୁଇ ଜଣକୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ସୁଷମା କୁଶଲିଆ କୁ ବେଥିଆପଡାରୁ ଓ ଅନ୍ୟଜଣେ ଦାମଦର କୁମ୍ଭାରଢାମୁଣି ରୁ ଗିରଫ ହୋଇଛନ୍ତି, ଏହି ଚଢ଼ାଉ ରେ ପ୍ରାୟ ୨୭୦୦ ଲିଟର ଚୋରା ମଦ ରନ୍ଧା ପାଇଁ ବ୍ୟବହୃତ ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଏହି ମିଳିତ ଚଢ଼ାଉରେ ରାୟଗଡା ଜିଲ୍ଲା ମୋବାଇଲ ନୀରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଗୁଣୁପୁର ଅବକାରୀ ନୀରିକ୍ଷକ ପ୍ରୀତି ନାୟକ ,ବିଷମକଟକ ଅବକାରୀ ଥାନା ଅଧିକାରୀ ପଙ୍କଜ ନାୟକ, ଏ.ଏସ.ଆଇ ରମଜାନ ଖାନ ଏ.ଏସ.ଏଇ ସନ୍ତୋଷ କୁମାର ସେଠି ଙ୍କ ସହ ବହୁ ଅବକାରୀ କନେଷ୍ଟେବୁଲ ସାମିଲ ଥିଲେ ।