ମୁକ୍ତା ଯୋଜନା ବାଟ ବଣା

0
75

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୭) : କାଶୀନଗର ଏନ ଏ ସି ୧୩ ଟି ୱାର୍ଡ କୁ ନେଇ ଗଠିତ । ଏହା ହେଉଛି ଗଜପତି ଜିଲ୍ଲାର ଦ୍ଵିତୀୟ ବୃହତମ ସହର, ଏଠି କିନ୍ତୁ ସରକାର ଙ୍କ ମୁକ୍ତା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଉଛି ।

ସରକାର ଏବେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ନାମ ରେ ଏକ ମହତ ଯୋଜନା ଆପେନେଇଛନ୍ତି । ଏହି ଯୋଜନା ର ଲକ୍ଷ୍ୟ ହେଲା ସହରାଞ୍ଚଳ ରେ ରହୁଥିବା ଗରିବ ଙ୍କ ଉତ ଥାନ ପାଇଁ କର୍ମ ସଂସ୍ଥାନ ଯୋଗାଇ ଦେବା, ଲୋକ ଙ୍କୁ କାମ ଯୋଗାଇ ସେମାନଙ୍କୁ ଆତ୍ମ ନିର୍ଭର କରି ଉପାର୍ଜନ ର ବାଟ ଦେଖାଇବା, ଏହି ଯୋଜନା ରେ ମହିଳା ଓ ସ୍ୱଳ୍ପ ରୋଜଗାର କ୍ଷମ ମହିଳା ଓ ପୁରୁଷ ଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା, କିନ୍ତୁ ଭେଣ୍ଡିଙ୍ଗ ଜୋନ ରେ ଦୋକାନ ନିର୍ମାଣ ଠିକାଦାର ଙ୍କ ଦ୍ୱାରା କରି ମହିଳା ଇ ସ୍ୱୟଂ ସହାୟକ ଗିଷ୍ଟି କୁ ଢାଲ କରାଯାଉଛି । କୁସ୍ତି କସରତ ପାଇଁ ଜିମ କରିବା, ଦୋକାନ ଘର କରିବା, କୁଲିଙ୍ଗ ବାଷ୍ପ ଯୋଜନା କରି ମୁକ୍ତା ଯୋଜନା କୁ ବାଟବଣା କରାଯାଇଛି । ଗତ ଦୁଇଦିନ ତଳେ ମୁକ୍ତା ପାଇଁ ଏକ କର୍ମଶାଳା ହୋଇଥିଲା, କିନ୍ତୁ ମହିଳା ମାନେ ଏହି ଯୋଜନା ନେଇ ଅବଗତ ନ ଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ମାନଙ୍କୁ ସୂଚନା ମଧ୍ୟ ଦିଆଯାଇ ନ ଥିଲା, ଏଣୁ ଏସବୁ ର ତଦନ୍ତ ହେବା ଆବଶ୍ୟକ ବୋଲି ଦାବୀ ହୋଇଛି ।