1. Best କାରଖାନା News-ଚୋରାରେ ଚାଲିଥିଲା ନକଲି ପାନ ମସଲା କାରଖାନା

0
73
କାରଖାନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୩/୦୭) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପଦ୍ମନାଭ ପୁର ପଞ୍ଚାୟତ ଭୁଷୁଣ୍ଡା ଗ୍ରାମରେ ମଙ୍ଗଳବାର ପୋଲିସ ଏକ ନକଲି ପାନମସଲା କାରଖାନା ଠାବ କରି ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।

ସୂଚନା ପ୍ରକାରେ ଭୁଷୁଣ୍ଡା ଗ୍ରାମ ଭିତରେ ଏକ ବିଦ୍ୟାଳୟ ନିକଟରେ ରହିଥିବା ଏକ ନୂତନ କୋଠାଘର ଭିତରେ ଏକ ନକଲି ପାନମସଲା କାରଖାନା ଚାଲିଥିବା ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଘଟଣା ସ୍ଥଳରେ ଚିକିଟି ଏସ୍ଡ଼ିପିଓ କୃଷ୍ଣ ଚନ୍ଦ୍ର ଭାତ୍ରା ସଦଳବଳେ ପହଞ୍ଚି ପାନମସଲା ପ୍ରସ୍ତୁତି ସାମଗ୍ରୀ ସହ କିଛି ନାମ ଲେଖା ନକଲି ବ୍ରାଣ୍ଡ ଜରି ପକେଟ ଜବତ ହୋଇଛି । ଏହି କାରଖାନାଟି ନୂଆ ନୂଆ ଆରମ୍ଭ ହୋଇଥିବା ବେଳେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏହାର ତଦନ୍ତ ଜାରି ରହିଥିବା ଦିଗପହଣ୍ଡି ପୋଲିସ ପକ୍ଷରୁ ସୂଚନା ମିଳିଛି I ତେବେ ଏହି ଘଟଣାରେ କିଏ କିଏ ସାମିଲ ଅଛନ୍ତି ତାହାର ଅନୁସନ୍ଧାନ ଜାରି ରହିଛି । ଏହାର ଲିଙ୍କ ବ୍ରହ୍ମପୁର ସହ ଥିବା ବିଶେଷ ସୂତ୍ରରୁ ଖବର ମିଳିଛି I ଅସଲି ମାଲିକଙ୍କୁ ଖୋଜି ବାହାର କଲେ ଆହୁରି କେତେ ଜାଗାରେ ନକଲି ଫ୍ୟାକଟ୍ରି ଚାଲିଛି ତାହାର ଗୁମର ଫିଟିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।