1. Best News- ଦୁର୍ଘଟଣା ପରେ ଅଢେଇ ଟନ ଟମାଟୋ ଲୁଟିନେଇ ଫେରାର ହେଲେ କାର ଚାଳକ

0
98
ଦୁର୍ଘଟଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୩/୦୭) : କର୍ଣ୍ଣାଟକରେ ଟ୍ରକରୁ ଟମାଟୋ ଚୋରିର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ଟମାଟୋ ନେଇ ଯାଉଥିବା ଏକ ଟ୍ରକକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା ହୋଇଥିଲା ।

ଆଉ ଦୁର୍ଘଟଣା ପରେ କାରରେ ଥିବା ଯୁବକମାନେ ଟ୍ରକରୁ ଅଢେଇ ଟନ ଟମାଟୋ ନେଇ ଫେରାର ହୋଇଯାଇଛନ୍ତି । ପୋଲିସର ସୂଚନାନୁସାରେ, ବେଙ୍ଗାଲୁରୁର ଚିକ୍କାଜାଲା ନିକଟରେ ଏହି ଘଟଣା ଘଟିଛି । ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି । ଚିତ୍ରାଦୂର୍ଗା ଜିଲ୍ଲାର ହିରିୟୋରର ଜଣେ କୃଷକ ଶନିବାର ଏକ ଟ୍ରକରେ ଟମାଟୋ ଲୋଡ୍ କରିବା ପରେ କୋଲାର ଯାଉଥିଲେ । ହଠାତ୍ ଟ୍ରକଟି ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଯେଉଁଥିରେ ଅଭିଯୁକ୍ତମାନେ ଯାଉଥିବା କାରର କାଚ ଭାଙ୍ଗି ଯାଇଥିଲା ।

ଏହାପରେ ଅଭିଯୁକ୍ତମାନେ ଚାଷୀ ଓ ଟ୍ରକ ଡ୍ରାଇଭରକୁ ଦୁର୍ବ୍ୟବହାର କରିବା ସହ କ୍ଷତିପୂରଣ ବାବଦକୁ ଲକ୍ଷାଧିକ ଟଙ୍କା ମାଗିଥିଲେ । ଉଭୟଙ୍କ ପାଖରେ ଟଙ୍କା ନଥିବାରୁ ଅଭିଯୁକ୍ତମାନେ ଟ୍ରକକୁ ବଳପୂର୍ବକ ନେଇ ପଳାଇ ଯାଇଥିଲେ । ଟ୍ରକରେ ପ୍ରାୟ ଅଢେଇ ଟନ୍ ଟମାଟୋ ଥିଲା ଯାହାର ମୂଲ୍ୟ ଅଢେଇରୁ ତିନି ଲକ୍ଷ ଟଙ୍କା ମଧ୍ୟରେ ହେବ । ପୋଲିସ ଏବେ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।