1. Best News-ବିନିକା ଗଜପତି ନଗର ରେ ଡ୍ରେନେଜ ସମସ୍ୟାକୁ ନେଇ ରାସ୍ତାରୋକ ଆନ୍ଦୋଳନ

1
62
ବିନିକା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୦୭) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗଜପତି ନଗର ପଡ଼ା ରେ ବର୍ଷା ପାଣି ଜମି ରହିବା ଓ ତାର ନିଷ୍କାସନ ପାଇଁ ସ୍ଥାନୀୟ ପ୍ରଶାସନ ପାଖରେ ଗତ ୧୨ ଦିନ ତଳେ ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ନସୁଣିବାରୁ ପଡ଼ାବାସୀ ଆଜି ବାଧ୍ୟ ହୋଇ ରାସ୍ତାରୋକ ଆନ୍ଦୋଳନ କରିଥିଲେ ।WhatsApp Image 2023 07 13 at 12.43.09 1. Best News-ବିନିକା ଗଜପତି ନଗର ରେ ଡ୍ରେନେଜ ସମସ୍ୟାକୁ ନେଇ ରାସ୍ତାରୋକ ଆନ୍ଦୋଳନ

ଫଳରେ ଦୀର୍ଘ ୬ଘଣ୍ଟାଧରି ରାସ୍ତାରେ ଗାଡ଼ି ମଟର ଚଳାଚଳ ସମୂର୍ଣ୍ଣ ଠପ ହୋଇପଡ଼ିଥିଲା । ପରେ ବିନିକା ପ୍ରଶାସନ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ପାଇଁ ଲିଖିତ ପ୍ରତିଶୃତି ଓ କାର୍ଯ୍ୟ ଆରମ୍ଭ କରିବା ପରେ ଆନ୍ଦୋଳନକାରୀ ରାସ୍ତାରୋକ ଆନ୍ଦୋଳନରୁ ହଟିଥିଲେ । ସୂଚନା ଯୋଗ୍ୟ ଯେ ବିନିକା ସହର ସୋନପୁର ପଟକୁ ଯାଇଥିବା ମୁଖ୍ୟ ରାସ୍ତାରେ ଗଜପତିନଗର ପଡା ରହିଛି । ଯଦି ସାମାନ୍ୟ ବର୍ଷା ହୁଏ ତେବେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ପଡ଼ା ବାସୀ ଆଣ୍ଟୁଏ ପାଣିରେ ଯିବା ଆସିବା କରୁଛନ୍ତି । ପ୍ରବଳ ବର୍ଷା ହେଲେ ସାରା ପଡ଼ା ଜଳମଗ୍ନ ହେବା ସହ ଲୋକଙ୍କ ଘରଦ୍ୱାରରେ ପାଣିର ଲହଡ଼ା ମାରିଥାଏ । ଜମି ରହୁଥିବା ବର୍ଷା ପାଣି ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ବିଭିନ୍ନ ରୋଗ ବ୍ୟାପୁଥିବା ପଡ଼ା ବାସୀ ଅଭିଯୋଗ କରିଛନ୍ତି ।

ଏହାର ସମାଧାନ ପାଇଁ ଗତ ୧୨ଦିନ ତଳେ ପଡ଼ା ବାସୀଙ୍କ ତରଫରୁ ବିନିକା ଏନଏସି ଭାରପ୍ରପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ହେଲେ ସମସ୍ୟା ସମାଧାନ ନହେବାରୁ ଆଜି ସକାଳେ ବାଧ୍ୟ ହୋଇ ପଡ଼ା ବାସୀ ରାସ୍ତାକୁ ଓହ୍ଲାଇ ଥିଲେ । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଆନନ୍ଦ ବାରିକ,ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର କୁମ୍ଭାରଙ୍କ ନେତୃତ୍ୱରେ ପଡ଼ାର ସମସ୍ତେ ଏକତ୍ରିତ ହୋଇ ରାସ୍ତାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ୬ଘଣ୍ଟା ଧରି ଲୋକଙ୍କ ନାରାବାଜି ରେ ଆନ୍ଦୋଳନ ସ୍ଥଳ ପ୍ରକମ୍ବିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିନିକା ଥାନାଧିକାରୀ ସାରଙ୍ଗଧର ପାଣିଗ୍ରାହୀ, ଏସଡିପିଓ ପୁଷ୍ପାଞ୍ଜଳି ନୀଙ୍ଗ ଙ୍କ ସହ ପୋଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ,ପୂର୍ତ୍ତ ବିଭାଗ ଏସଡିଓ ଶୈଳେଶ ଡିଲକି,କନିଷ୍ଠ ଯନ୍ତ୍ରୀ ବିନୟ କୁମାର ସୋରେନ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ସମସ୍ୟା ସମାଧାନ ଉପରେ ଆଲୋଚନା କରିଥିଲେ । ଜମି ରହିଥିବା ବର୍ଷା ପାଣି ନିଷ୍କାସନ ପାଇଁ ଜେସିବି ସହାୟତାରେ ମୁଖ୍ୟ ରାସ୍ତା ପାର୍ଶ୍ବ ର ମାଟି ଖୋଲାଯିବା ସହିତ ଅନ୍ୟ ଡ୍ରେନ କୁ ନିଷ୍କାସନ ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏବଂ ତୁରନ୍ତ ନୂତନ ଡ୍ରେନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି । ଏହି ଆନ୍ଦୋଳନ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା ଦୁଇ ଚକିଆ ଗାଡ଼ି ଚାଲକ ମାନେ ଯିବା ଆସିବା ରେ ଅସୁବିଧାର ସମ୍ମୁଖୀନ ହେଉଥିଲ।ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ଭ୍ୟାନ ଗୁଡ଼ିକ ଅନ୍ୟ ସବୁ ରାସ୍ତାରେ ବୁଲି ଯାଉଥିବା ଦେଖିବାକୁ ମିଳିଥିଲା ।

1 COMMENT

Comments are closed.