ଘରେ ପଶି ଛାତ୍ରୀକୁ ହତ୍ୟା କଲେ ଦୁର୍ବୃତ୍ତ

0
83

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୧୪/୦୭) : ବଲାଙ୍ଗିରରେ ଯୁକ୍ତଦୁଇ ଛାତ୍ରୀକୁ ତଣ୍ଟିକାଟି ହତ୍ୟା । ବଲାଙ୍ଗିର ନିଖିଲନଗରରେ ଘରେ ପଶି ଛାତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ନିଖିଲନଗର ମକରଧ୍ବଜ ନାଏକଙ୍କ ନାବାଳିକା ଝିଅକୁ ଘରେ କେହି ନଥିବା ସମୟରେ ହତ୍ୟା କରାଯାଇଛି । ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତମାନେ । ଖବରପାଇ ବଲାଙ୍ଗିର ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । କିଏ ଓ କାହିଁକି ନାବାଳିକା ଛାତ୍ରୀକୁ ହତ୍ୟା କଲା । କ’ଣ ହୋଇପାରେ ହତ୍ୟାର କାରଣ ଏସବୁ ଉପରେ ପୋଲିସ ତଦନ୍ତ କଲେ ହତ୍ୟାକାଣ୍ଡ ଉପରୁ ପରଦା ହଟିବ ।