୫ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସର ବନ୍ଦ ଡାକରା

0
75

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୧୪/୦୭) : କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ୫ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ବନ୍ଦ ପାଳନ କରୁଛି ।

ଚକ ଅଖ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ୫ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସର ଏକ ଟିମ୍ ଜୁନ ୨୩ ରେ ଜିଲ୍ଲାପାଳଙ୍କୁ ଏକ ଦାବି ପ୍ରଦାନ କରିଥିଲେ । ତେବେ ସମୟ ସୀମା ଅତିକ୍ରମ କରିଥିଲେ ମଧ୍ୟ ଦାବି ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସର ୫ ଦଫା ଦାବି ଗୁଡିକ ହେଉଛି ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୩୦୦ ଶଯ୍ୟା ଘୋଷଣା, ଜିଲ୍ଲାରେ ଶିକ୍ଷାର ଅବ୍ୟବସ୍ଥା, ଜିଲ୍ଲାଭିତ୍ତିକ ନିଯୁକ୍ତି, ବିଡି କଲେଜ ନିର୍ମାଣ ହୋଇ ପାଠ ପଢା ଆରମ୍ଭ ହୋଇନାହିଁ । ଏବଂ ଟାଟା ପାୱାରର ଗରିବ ମରଣ ନୀତି ଉପରେ ସମାଧାନ ନେଇ ଆନ୍ଦୋଳନ କରୁଛି କଂଗ୍ରେସ ।