ବ୍ରାଉନ ସୁଗାର ଜବତ : ମୋଟର ସାଇକେଲ ସହ ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

1
62

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୫/୦୭) : ପୁଣି ଜବତ ହେଲା ବ୍ରାଉନ ସୁଗାର । ମୋଟର ସାଇକେଲ ଜବତ ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଭଦ୍ରକ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଛକ ନିକଟରେ ଚାଲିଥିଲେ ପାଟ୍ରୋଲିଂ । ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ହିରୋହୋଣ୍ଡା ମୋଟର ସାଇକେଲରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଆନନ୍ଦପୁର ଥାନା ଅନ୍ତର୍ଗତ କାଠିଆସରା ଗ୍ରାମର ଦେବାଶିଷ ନାୟକ ଓ ନନ୍ଦିପଦା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ହରିହର ଜେନାଙ୍କୁ ଗିରଫ କରିଛି ଅବକାରୀ ପୋଲିସ । ଜବତ ବ୍ରାଉନସୁଗାର ଓ ଗାଡ଼ିର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ କେସ ନଂ ୭୩ /୨୩ -୨୪ ମୂଳେ ମାମଲା ରୁଜ୍ଜୁ କରାଯାଇଛି ବୋଲି ଅବକାରୀ ପୋଲିସ ସୂଚନା ଦେଇଛି ।

1 COMMENT

Comments are closed.