ସଂପର୍କରେ ଲାଗିଲା କଳଙ୍କ ଛିଟା

0
67

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୫/୦୭) : ସଂପର୍କରେ ଲାଗିଲା କଳଙ୍କ ଛିଟା । ଦିବ୍ୟାଙ୍ଗ ଭାଣିଜୀକୁ ଦୁଷ୍କର୍ମ କରିଲା ସଂପର୍କୀୟ ମାମୁଁ । ଏଭଳି ଘଟଣା ଘଟିଛି ଖୁଂଟା ଥାନା ବଡଫେଣୀ ଅଞ୍ଚଳରେ ।

ବଡଫେଣି ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ବୁଧବାର ଦିନ ମଧ୍ୟାହ୍ନରେ ଛେଳି ଚରାଇବା ନିମନ୍ତେ ଯାଇଥିଲେ । ଏହି ସମୟରେ ଜଙ୍ଗଲ ନିକଟରେ ଏକୁଟିଆ ଦିବ୍ୟାଙ୍ଗ ଭାଣିଜୀ ଥିବା ଦେଖି ସଂପର୍କୀୟ ମାମୁଁ ରାଜକିଶୋର ଦାସ ସେଠାରେ ପହଞ୍ଚି ଭାଣିଜୀକୁ ଚକୋଲେଟ ଦେଇଥିଲା । ଭାଣିଜୀ ଜଣକ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ଚକୋଲେଟ ଖାଇବା ପରେ ତାକୁ ଏକୁଟିଆ ପାଇ ମାମୁଁ ରାଜକିଶୋର ଦାସ ତାକୁ ଦୁଷ୍କର୍ମ କରିଥିଲା । ପରେ ଦିବ୍ୟାଙ୍ଗ ଯୁବତୀ ଜଣକ ଏ ନେଇ ରାତିରେ ତାର ପରିବାର ଲୋକଙ୍କୁ କହିବା ପରେ ଏ ନେଇ ସେମାନେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରିବା ସହିତ ସଂପର୍କୀୟ ମାମୁଁ ରାଜକିଶୋର ଦାସକୁ ଗିରଫ କରିଛି । ଏପଟେ ଦିବ୍ୟାଙ୍ଗ ଯୁବତୀଙ୍କ ଡାକ୍ତରୀ ମାଇନା କରିଛି ପୋଲିସ୍ ।