ବ୍ରିଜ ନିକଟରେ ଜଣେ ଅଚିନ୍ହା ଯୁବତୀଙ୍କ ଗଳିତ ମୃତଦେହ ହତ୍ୟା ପରେ ଫିଙ୍ଗାଯାଇଥିବା ସନ୍ଦେହ

0
161

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ, ସାନଖେମୁଣ୍ଡି, (୩୦/୦୮) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଲାଭଞ୍ଜ ଘୋଡ଼ାହାଡ଼ ବ୍ରିଜ ନିକଟରେ ଜଣେ ଅଚିନ୍ହା ଯୁବତୀ ଙ୍କ ଗଳିତ ମୃତଦେହ ଠାବ | ବର୍ତ୍ତମାନ ସୁଦ୍ଧା ଯୁବତୀ ଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ଘୋଡ଼ାହାଡ଼ ବ୍ରିଜ ନିକଟରେ ଜଣେ ଅଚିନ୍ହା ଯୁବତୀ ଙ୍କ ଗଳିତ ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ । ତୁରନ୍ତ ଏ ନେଇ ଦିଗପହଣ୍ଡି ପୋଲିସ କୁ ଖବର ଦେଇଥିଲେ । ଦିଗପହଣ୍ଡି ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ତେବେ ଯୁବତୀ ଙ୍କ କେହି ହତ୍ୟା କରି ବ୍ରିଜ୍‌ ନିକଟ ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ରୁ ପ୍ରକୃତ ଘଟଣା ସାମ୍ନା କୁ ଆସିବ ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି ।