ଟିକା ନେବା ଲାଗି ଠେଲା ପେଲା,ଭୂଲି ଗଲେ ସାମାଜିକ ଦୂରତା : ୩ ଜଣ ଆହତ

0
216

ରିପୋର୍ଟ : ରାକେଶ ମହାରଣା
କୋଦଳା,(୩୧/୦୮) : କୋରୋନା ର ତୃତୀୟ ଲହର କୁ ନିମନ୍ତ୍ରଣ କରୁଛି ଟିକା କେନ୍ଦ୍ର l ଲୋକେ କରୋନାରୁ ବର୍ତିବା ପାଇଁ ଟିକା କେନ୍ଦ୍ର ଆଗରେ ଟିକା ନେବା ଲାଗି ରୁଣ୍ଡ ହେଉଥିବା ବେଳେ ପ୍ରଶାସନର ଟିକା କେନ୍ଦ୍ର ଆଗରେ କୌଣସି ବ୍ୟବସ୍ଥା କରିନଥିବା କାରଣରୁ ଜନସାଧାରଣ ହଇରାଣ ହେବା ସହ କରୋନା ର ବାହକ ସାଜୁଛନ୍ତି l

ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କରୋନା ଟିକା ନେବା ଲାଗି ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଲା ଥିଲା l ରୁଣ୍ଡ ହୋଇଥିବା ଲୋକଙ୍କ ଲାଗି ପାନୀୟ ଜଳ, ବାରିକେଟ ଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ l ଯାହାରୀ ଫଳରେ ଲୋକ ମାନେ ଟିକା ନେବାଲାଗି ଆସି ସାମାଜିକ ଦୂରତାକୁ ଭୁଲି ପେଲା ଠେଲା ହୋଇ ୩ ଜଣ ମହିଳା ଆହାତ ହୋଇଥିବା ଦେଖିବାକୁ ମିଳିଛି l

ଅନ୍ୟପଟେ ଟିକା କେନ୍ଦ୍ର ଆଗରେ ପୋଲିସ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ କରୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି l ସେପଟେ ଟିକା କେନ୍ଦ୍ରରେ ମାତ୍ର ଏକ ହଜାର ଡୋଜ ଟିକା ମହଜୁଦ ଅଛି l ଲୋକଙ୍କୁ ଟିକା ଦିଆଯାଉଛି l ଭିଡ ନିୟନ୍ତ୍ରଣ ଲାଗି ପୋଲିସ କୁ କୁହାଯାଇଛି ଏବଂ ଭିଡ ନିୟନ୍ତ୍ରଣ କରିବା ଅମାପକ୍ଷେ ସମ୍ଭବ ହେଉନାହିଁ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କହିଛନ୍ତି l